Latest Odisha News

BREAKING NEWS

ଶରୀରରେ ହିମୋଗ୍ଲୋବିନ୍‌ କମିଯାଉଛି କି !

ଶରୀରରେ ହେମୋଗ୍ଲୋବିନର ପରିମାଣ କମିଲେ ରୋଗୀକୁ ହାଲିଆ ଲାଗେ । ଖାଇବା-ପିଇବାକୁ ଇଚ୍ଛା ହୁଏନି, ଚିଡ଼ଚିଡ଼ା ଲାଗେ, କାମ କରିବାର ଆଗ୍ରହ ହୋଇନଥାଏ, ଡାକ୍ତରଙ୍କ ପରାମର୍ଶ ନେଇ ହେମୋଗ୍ଲୋବିନ୍ ପରୀକ୍ଷା କରାନ୍ତୁ। ହେମୋଗ୍ଲୋବିନ୍ ସଠିକ୍ ମାତ୍ରାରେ ରହିଲେ, ଆମ ମସ୍ତିଷ୍କ, ବୃକକ୍, ହୃଦଯନ୍ତ୍ର ଠିକ୍‌ ଭାବରେ କାମ କରେ। ଏହାର ପରିମାଣ କମ୍ ଥିଲେ, ଔଷଧ ସେବନ କରିବା ପୂର୍ବରୁ ପ୍ରଥମେ ସରଳ ଉପାୟ କରିବା ଭଲ।ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ….

ଅଙ୍ଗୁର, ନାସପାତି, ନଡ଼ିଆ ପାଣି, ପାଳଙ୍ଗ ଶାଗ, ଜାମୁକୋଳି, ଗୁଡ଼ ଇତ୍ୟାଦି ପ୍ରତିଦିନ ଖାଆନ୍ତୁ  । ଏହାକୁ ଖାଇବା ଦ୍ୱାରା ଶରୀରରେ ହେମୋଗ୍ଲୋବିନର ମାତ୍ରା ବଢ଼େ।

ପ୍ରତ୍ୟେକଙ୍କ ଘରେ ତୁଳସୀ ଗଛ ଥାଏ। ଏଣୁ ନିୟମିତ ଭାବେ ୫-୬ଟି ତୁଳସୀପତ୍ର ଚୋବାଇ ଖାଆନ୍ତୁ । ନଚେତ୍ ତୁଳସୀପତ୍ରକୁ ଛେଚି ପାଣିରେ ମିଶାଇ ନଚେତ୍ ଚା’ରେ ମିଶାଇ ପିଇପାରିବେ। ଦୁଇ-ତିନିଟି ସପ୍ତାହରେ ଶରୀରରେ ହେମୋଗ୍ଲୋବିନ୍ ପରିମାଣ ବଢ଼ିବ।
ପାଚିଲା ପିଜୁଳି ଏଥିପାଇଁ ମହୌଷଧି ପରି କାମ କରେ। ନିୟମିତ ଭାବେ ଗୋଟିଏ କିମ୍ବା ଦୁଇଟି ପିଜୁଳି ଖାଇଲେ ବି ରକ୍ତହୀନତା ସମସ୍ୟା ଦୂର ହେଉଥିବା ବିଶେଷଜ୍ଞ କହିଛନ୍ତି।

Leave A Reply

Your email address will not be published.