Latest Odisha News

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ଦ୍ରୁତ ପରିବର୍ତ୍ତିତ ସମୟର ପନ୍‌ଝା ଭିତରେ କେତେକେତେ ସାମାଜିକ ଅସଙ୍ଗତି ବିସଙ୍ଗତି, ସଂସ୍କୃତି ଅବକ୍ଷୟର ରାଶି ରାଶି ଉଦାହରଣ, ଅପସୃୟମାନ ଲୋକୋକ୍ତି, ଲୋକକଥା, ଲୋକଚରିତ୍ର । ଏଇ ପରିଧି ଭିତରେ ବିସ୍ଥାପନ, ବଜାରୀକରଣ, ବିଶ୍ୱାୟନ ଇତ୍ୟାଦି ଇତ୍ୟାଦି ଅଭିନବ ବ୍ୟବସ୍ଥାଧାରାର ଚଳନ୍ତି ଅନୁବର୍ତ୍ତନ ।

ଏହି ପରିବର୍ତ୍ତିତ ବିଶ୍ୱ ବଳୟ ଭିତରେ ବିବାହରୂପୀ ସାମାଜିକ ବନ୍ଧନ ଧୀରେ ଧୀରେ ନଷ୍ଟ ହୋଇଚାଲିଛି । ଏହି ପବିତ୍ର ଅନୁବନ୍ଧକୁ ଅବକ୍ଷୟ ପଥରେ ଆଗେଇ ନେବାପାଇଁ ମିଡିଆ, ସଂସ୍ଥା, ଅନୁଷ୍ଠାନମାନେ ଅଧିକ ଆଗ୍ରାଭେଟ କରି ଚାଲିଛନ୍ତି । ଅଥଚ ଯେଉଁ ସମୟରେ ଏ ସବୁ କିଛି ନଥିଲା; ଜଣେ ପତି ପରିତ୍ୟକ୍ତା ନାରୀ ଏକାକିନୀ ନିରବତାର ଶକ୍ତ ଆବରଣ ଭିତରେ, ନିରବ ନିରାଜନା ଜରିଆରେ ପତି ସହ ପୁନର୍ମିଳନ ହୋଇପାରିଛି ।

ଶାଶୁ-ନଣନ୍ଦ, ସପତ୍ନୀ, ସାଙ୍ଗ, ବିମାତା, ଭଗିନୀ ରୂପରେ ନାରୀ ନାରୀର ଶତୃ- ଏହି ବ୍ୟବହାରିକ ବାକ୍ୟଟିକୁ ମିଥ୍ୟା ପ୍ରମାଣିତ କରି ସଖୀଟିଏ ସଜାଡ଼ିପାରିଛି ସଖୀର ସଦନ । ଆଜିର ସମୟରେ ‘ଲିଭିଂ ଟୁଗେଦର୍‌’, ‘ଲିଭ ଇନ୍ ରିଲେସନ୍‌ସିପ୍‌’ ଭଳି ବ୍ୟବସ୍ଥାର ଅନୁର୍ବନ ନାରୀ-ପୁରୁଷ ଭିତରେ ଥିବା ସମ୍ପର୍କକୁ ପରିଭାଷିତ କରୁଥିବାବେଳେ, ଚାଳିଶ ବର୍ଷ ତଳେ ମାତ୍ର ପଚିଶ-ଛବିଶ ବର୍ଷର ଜଣେ ନାରୀ ଅପରିଚିତ ପୁରୁଷ ଜଣକୁ ତା’ର ଦୁର୍ଦ୍ଦିନ ସମୟରେ ଘରେ ଆଶ୍ରୟ ଦେଇ ମାନବିକତାର ଯେଉଁ ବିରଳ ରୂପ ସମୟ ହାତରେ ବାଢ଼ି ଦେଇଥିଲା, ତାହା ଯେତିକି ଅବିଶ୍ୱାସନୀୟ, ସେତିକି ଆଦର୍ଶ ସ୍ଥାନୀୟ । କାରଣ ସେ ସମୟରେ ଆଜିଭଳି ମାନବିକତାର ଅବକ୍ଷୟ ଯତ୍ରତତ୍ର ଦେଖିବାକୁ ମିଳୁ ନଥିଲା । ଅନେକ ଲୋକଙ୍କ ଭିତରେ ‘ବିଶ୍ୱାସ’ ଶବ୍ଦର ମୂଲ୍ୟ ଥିଲା ।

କ୍ରମଶଃ

Comments are closed.