Latest Odisha News

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

 

– ହଁ, ମତେ ଭୀଷଣ ଭୋକ ଲାଗିଲାଣି । – ଏ ସମୟ, ଏ ନିର୍ଜନତା, ଏଥିରେ ତୁମକୁ ଭୋକ ଲାଗୁଛି ? ଲୋକେ କହନ୍ତି, ପ୍ରିୟ ପୁରୁଷ ପାଖରେ ଥିଲେ, ଦିନରେ ଭୋକ ହୁଏନି କି ରାତିରେ ନିଦ ଆସେନି ବୋଲି… ।

ହସିଲା ପଦ୍ମିନୀ, ବିକାରଶୂନ୍ୟ ହସ- କିନ୍ତୁ ପେଟରେ ଭୋକର ଝଡ଼ ଅସହ୍ୟ ହୋଇଉଠିଲେ, ଏ ପ୍ରେମ ଭାବନା କୁଆଡ଼ୁ ଆସିବ କହିଲ ?

– ହାଓ ଷ୍ଟ୍ରଙ୍ଗ୍ ! ତମେ ଏକଥା କହିପାରୁଛ ? ତମ ପାଇଁ ମୋ ମନରେ ଯେଉଁ ଅଦମ୍ୟ ତୃଷା… ।

ତେର୍‌ଛେଇ ଚାହିଁ ମୁରୁକି ହସି ପଦ୍ମିନୀ କହିଲା- ସତେ ! ସାମନାରେ ଘାଇର ମିଠାପାଣି ଅଛି । ପିଇଦିଅ । ଅଦମ୍ୟ ତୃଷା ମେିଯିବ । ଚନ୍ଦ୍ରଭାନୁଙ୍କର ଅନୁନୟ ଭରା କଣ୍ଠ ଥରିଉଠିଲା । ତା’ର ଗୋଟେ ହାତକୁ
ଚାପିଧରି କହିଲେ- ଗଳାର ତୃଷା ପାଇଁ ସିନା ଘାଇର ପାଣି ଅଛି, ମନର ତୃଷା ପାଇଁ ତ… ପିଠି ଉପରୁ ଶାଢ଼ୀର ପଣତକୁ ଆଗକୁ ନେଇ ଆସୁଆସୁ ପଦ୍ମିନୀ ଚପଳ କଣ୍ଠରେ କହିଲା- ଗଳାରେ ସିନା ତୃଷା ଥାଏ; କିନ୍ତୁ ମନର ତୃଷା । ସେ ପୁଣି କ’ଣ ? ମୁଁ ତ ଖାଲି ପେଟରେ କ୍ଷୁଧା ଅନୁଭବ କରୁଛି । ତମେ କହିବ ମନର ତୃଷା । ସେଇଟା ତ କ’ଣ ମୁଁ ଜାଣିନି… ।

ବିରକ୍ତି ସାଙ୍ଗକୁ ଆଶ୍ଚର୍ଯ୍ୟ ହୋଇଉଠିଲେ ଚନ୍ଦ୍ରଭାନୁ ।

– ଆଃ, ତୁମେ ଅଦ୍‌ଭୂତ ପଦ୍ମିନୀ ! ତୁମ ପରି ଝିଅ ମୁଁ ଦ୍ୱିତୀୟ ଦେଖିନି । ତମପ୍ରତି ମୋ ମନର ଯେଉଁ ଅଭିବ୍ୟକ୍ତି; ତାକୁ ଏମିତି ହାଲୁକା ଭାବେ ଉଡ଼େଇ ଦେଉଛ ? ଯା’ ସହ ସାରା ଜୀବନ ଅତିବାହିତ କରିବ, ତା’ ଭାବନାକୁ ଏମିତି ଫାଙ୍କା ମନେକରି ହସରେ ଉଡ଼େଇ ଦେବା ପୂର୍ବରୁ, ବୁଝିପାରିଲନି ମୋ ହୃଦୟକୁ ?

 

କ୍ରମଶଃ

Comments are closed.