Latest Odisha News

ଧାରାବାହିକ ଉପନ୍ୟାସ : ଦେବୀ (୨୬)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୬

ଆଗରେ ଉଦଣ୍ଡ ହୋଇ ନାଚୁଥିଲା ସମୁଦ୍ର। ଭୋର ବେଳର ସେହି ଅମୃତ ମୁହୂର୍ତ୍ତରେ ଦେବ ଚାହିଁଥିଲା ଦରିଆ ସେପାରି ଦିଗନ୍ତ ଆଡେ।ତାର ମନେ ପଡ଼ୁଥିଲା ପିଲାଦିନେ ଶୁଣିଥିବା କେଦାର ଆଉ ସୁମିତା କଥା। ଆଖି ଆଗରେ ଚଳଚ୍ଚିତ୍ର ପରି ଦେଖାଯାଉଥିଲା ଦୃଶ୍ୟ ପରେ ଦୃଶ୍ୟ।

ସୁମିତାର ମୃତ ଦେହକୁ କାନ୍ଧରେ ବୋହି ମୁହାଣ ପାଖରେ ପହଞ୍ଚିଲା କେଦାର। ସେଦିନ ବୋଧେ ପୂର୍ଣ୍ଣିମା ଥିଲା। ଅସ୍ତ ସୂର୍ଯ୍ୟଙ୍କ ସବୁତକ ରଙ୍ଗକୁ ଛାତିରେ ଧରି ଧୀର ପାଦରେ ଚାଲୁଥିଲେ ପ୍ରାଚୀ ଓ ସୁନାମୁହିଁ। କେଦାର କାହାକୁ କିଛି ନକହି ମୁହାଣ ଭିତରେ ପଶିଗଲା।
ଆଖି ଆଗରେ ପୂର୍ଣ୍ଣଗର୍ଭା ନଈ। ସୁମିତାର ଶବ କାନ୍ଧରେ ବୋହି ଦେବ ଗୋଟେ ପରେ ଲହଡ଼ି ପାର ହେଲା ପରେ ହଠାତ୍ ଏକ ନବଶ୍ଚୁମ୍ବି ଲହଡ଼ିରେ ଦେବ ସହିତ ସୁମିତାର ଶବ ମଧ୍ୟ ଅଦୃଶ୍ୟ ହୋଇଗଲା।

ପୂର୍ବାକାଶରେ ରକ୍ତ ବର୍ଣର ବାଦଲ। ଦେବ ଭାବୁଥିଲା ନିଜ ଜୀବନ କଥା। ଖୁବ୍ ନାଟକୀୟ ତା ଜୀବନ। ଦିନେ ସେ ଥିଲା ସବୁ ସୁଖର ଦିନ ।ଫୁଲ ଫୁଟିବାର ଦିନ। ଦେବର ଆଖି ଆଗରେ ଏକ ବିସ୍ତୀର୍ଣ୍ଣ ପ୍ରାନ୍ତର।ସତେ ଯେମିତି ସେଠାରେ ପୋତାହୋଇଛି ଏକ ସମୃଦ୍ଧ ଇତିହାସ।
ଚେତନାର କେଉଁ ଏକ ଅଂଶରେ ଲୁଚି ରହିଛି ପିଲାଦିନ।

ସାଙ୍ଗ ସାଥି ହୋଇ ମାଛ ଧରିବା, ଫୁଲ ତୋଳିବା, ଗୁଡ଼ି ଉଡେଇବା ସବୁ ଏବେ ମିଛ ମିଛ ଲାଗେ। ଜୀବନରେ ଆଗକୁ ଯିବାର ମୋହ ସତରେ ପିଲାଦିନକୁ ମିଛରେ ପରିଣତ କରିଛି।

କ୍ରମଶଃ …..

Comments are closed.