ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୪୨
ହୁଁ…ଜାଣେ । କିଛିକିଛି ମନେ ଅଛି ସମ୍ପୂର୍ଣ୍ଣ ନୁହଁ । ଖାଲି ସେତିକି ନୁହେଁ । ମୁଁ ଯେଉଁ ଦୁଇଚାରି ଘଣ୍ଟା ନଥିଲି, ସେତେବେଳେ ବି ପାଖରେ ବସି ବହୁତ କରିଛନ୍ତି । ଆପଣଙ୍କର କେଉଁ ଚେତା ଥିଲା ଯେ.. ଆସିଲା ବେଳକୁ ବାମ୍ଟା ମୁଣ୍ଡ ପାଖରେ ଥିଲା । ପାଣିପଟି ଓ ମେଡ଼ିସିନବି… ସେଇଥିରୁ ଜାଣିଲି । କୁମାର ସାର୍ ବହୁତ ସାହାଯ୍ୟକାରୀ ଲୋକ । ଯେତେବେଳେ ଡାକିଲି, ସାଙ୍ଗେସାଙ୍ଗେ ଆସିଛନ୍ତି । ଅନେକ କଥା କହିଗଲା ସୁକାନ୍ତି ।
ନୀରବରେ ସବୁ କିଛି ଶୁଣିନେଲା । ଆରାଧ୍ୟାର ଏମାନେ ଯାହା କରିଛନ୍ତି, ସାମାନ୍ୟ ଧନ୍ୟବାଦଟିଏ ଦେଇ ତା’ର ମହତ୍ତ୍ୱକୁ କମେଇ ଦିଆଯାଇ ପାରେନା ।
ସାରଙ୍କ ଫୋନ୍ ଆସିଥିଲା?
ହଁ , ଦୁଇତିନ ଦିନ ତଳେ ଆପଣ ଶୋଇ ଥିବାବେଳେ ଦୁଇଥର ଫୋନ୍ ବାଜିଛି ।
କ୍ରମଶଃ
Comments are closed.