Latest Odisha News

ଧାରାବାହିକ ଉପନ୍ୟାସ : ଚୋରାବାଲି (୫୨)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୫୨ 

 

ଆହୁରି ବାଟ ବାକି ଅଛି । ଗେଷ୍ଟହାଉସ୍ ରେଡି ଅଛି । ସବୁ ସୁବିଧାର ବନ୍ଦୋବସ୍ତ ହେଇସାରିଛି ଆଗରୁ । ଖାଲି ଯାଇ ପହଞ୍ଚିବା ବାକି ରହିଲା ।

ଦୂର ଦିଗବଳୟ ଆଡକୁ ମାଡ଼ି ଚାଲିଲା କାର୍ । ଖୋଲା ଗ୍ଲାସ୍ ଦେଇ ଭିତରକୁ ପଶିଆସୁଛି ମତୁଆଲା କଲାପରି ଶୀତଳ
ପବନ । ଅରୁ ଛୁଆଙ୍କ ପରି ବାହାରକୁ ହାତ କାଢ଼ି ଝିପ୍ ଝିପ୍‌ ବର୍ଷାରେ ଭିଜୋଉଛି ତା’ ହାତ ପାପୁଲି । ଅନେକ ଦିନରୁ ପଞ୍ଜୁରୀରେ ଆବଦ୍ଧ ପକ୍ଷୀ ମୁକ୍ତ ହେଇଛି । ଡେଣା ମେଲି ଉଡ଼ି ଯିବ ଗଗନରେ ।

କରନ୍ତୁ, ଯାହା ଇଛା କରନ୍ତୁ । ସେଥିପାଇଁ ତ’ ବାହାରିଛନ୍ତି । ସେ ଖୁସି ହେଲେ ହିଁ ଭଲ ହେଇଯିବେ ।

ରୁମ୍‌ଟି ବେଶୀ ବିଳାସପୂର୍ଣ୍ଣ ନ’ହେଲେ ବି, ଖୁବ ପରିଷ୍କାର ପରିଚ୍ଛନ୍ନ । ସିଙ୍ଗଲ ବେଡ଼୍ ଉପରେ ପିଙ୍କ୍ ଜୁଇ ଫୁଲ ପ୍ରିଣ୍ଟର ବେଡ଼ସିଟ୍ । ଟେବଲ୍ ଲ୍ୟାମ୍ପ ସାଇଡ଼ରେ ସରୁ ମୁହଁ ବାଲା ଛୋଟ ଶୁରେଇଟିଏ । ସୁରେଇ ପାଣି ତାକୁ ଖୁବ ପସନ୍ଦ । ସାମ୍ନା ୱାଲରେ ସାନ ସାଇଡ଼ର ଟିଭି । ବଡ଼ ଫର୍ଚ୍ଚା ଝର୍କା । ଝର୍କା ବାହାରେ ବିଟାର ଚମ୍ପାଗଛ । ଫୁଲ ବଗିଚା । ମହଣ ମହଣ ଚମ୍ପା ଫୁଲର ବାସ୍ନାରେ ଯେ କେହି ବିଭୋର ହେବା ଥୟ । ମନମୁଗ୍ଧ ପ୍ରାକୃତିକ ପରିବେଶ ।

କେୟାର ଟେକର ହରିଶ୍ ଖାଇବା ବ୍ୟବସ୍ଥା କରିଦେଇଛି । ଏ ଡାକବଙ୍ଗଳା ପ୍ରାୟ ସମୟ ଫାଙ୍କା ଥାଏ । ଖଣ୍ଡେ ଦୂରରେ ବଜାର । କିନ୍ତୁ ଏବେ ବନ୍ଦ ହେଇଯିବଣି ।

ତେଣୁ ସାଙ୍ଗେସାଙ୍ଗେ କିଛି ମିଳେନା । ଯାହା ଖାଇବା କଥା ଆଗରୁ କହିଥିଲେ, ସେ ଯୋଗାଡ଼ କରି ରଖିଥାଏ । ସହର ପରି ସବୁ ପ୍ରକାର ସୁବିଧା ମିଳିବା କଷ୍ଟକର ।

ନ’ ମିଳୁ । ଏଠି ଶାନ୍ତି ଅଛି । ନିରୋଳାପଣ ଅଛି । ଅରୁ ଖୁବ୍‌ ଖୁସି ।

ସବୁ ଠିକ୍‌ଠାକ୍ ଅଛି ଦେଖି କୁମାର ଚାଲିଗଲା, ତା’ ରୁମକୁ ।

ସକାଳୁ ତା’କୁ ଏଠିକା ଅଫିସକୁ ଯିବାକୁ ହେବ । ସାରାଦିନ ଜର୍ଣ୍ଣିରେ ଥକିପଡିଥିଲା ଆରାଧ୍ୟା । ଖାଇ ସାରିବାକ୍ଷଣୀ ନିଦ ହେଇଗଲା । ସେ ଖୁବ ଶାନ୍ତିରେ ଶୋଇଗଲା ।

କ୍ରମଶଃ…

 

Comments are closed.