ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୨
ତା’ ପରେ ପିଲାଙ୍କୁ ପଢେଇଲେ ଶାନ୍ତି ମିଳେ । ତାଙ୍କ ସହ ସମୟ କଟିଯିବା । ଆଉ ମୂଖ୍ୟ କଥା ହେଲା, ବଞ୍ଚିବା ପାଇଁ ନୂଆ ବାହାନାଟିଏ ମିଳିଛି । ତା’କୁ ମଣିଷ କରିବ । ବାଙ୍ଗାଲୁର୍ ହସପିଟାଲ୍ରୁ ହରିଶ୍ ଖବର ଦେଲା । ତା’ର ସର୍ମ୍ପକୀୟ ଭାଇ ଭାଉଜ ତା’କୁ ଦେଖିବା ପାଇଁ ଯିବେ । ସେ ଏଥର ବେଶୀ ବେଶୀ ଅସୁସ୍ଥ ଅନୁଭବ କରୁଛି । କେଦାରକୁ ଟିକେ ଦେଖିବ କହୁଛି । ତା’ଙ୍କ
ସହ ପଠେଇବା ପାଇଁ ଅନୁରୋଧ କରିଛି ।
ସେମାନେ ବହୁତ ଭଲ । ପୁଅ ଅଚିହ୍ନା ବାରିବନି । ଏତେ ଛୋଟ ଛୁଆକୁ କାହା ସହ ଛାଡ଼ି ବାକୁ ଇଛା ନଥିଲେ ବି, ସେ ମନା କରିପାରିବ ନାହିଁ । ଯାହା ହେଲେ ବି, ସେ କେଦାରକୁ ପାଳିଥିଲା । ଆଉ ନିଜେ ବି ତ’ ଯାଇପାରୁନି । ପହିଲାରେ ଘର ସିପ୍ଟ କରିବ । ତା’ ଆର ଦିନ ପ୍ରଥମ କରି ସ୍କୁଲ ଖୋଲୁଛି । ସେ ରହିବା ଜରୁରୀ । ବାଧ୍ୟ hoi ତାଙ୍କ ସହିତ ଛୁଆକୁ ବିଦାକଲା । ସେମାନେ ବି କେଦାରକୁ ବହୁତ ଆଦର କଲେ । ଦୁଇ ତିନି ଦିନ ପରେ ଫେରିଆସିବେ କହି ଚାଲିଗଲେ ।
ଆରାଧ୍ୟାର ବରାଦ ମୁତାବକ୍, କିଛି ଘରକରଣା ଜିନିଷ କିଣି ଆଣିଛି କୁମାର । ତା’ ସହ କେଦାର ପାଇଁ ତିନି ଚକିଆ ସାଇକେଲ୍ଟିଏ । ସେଇଟା ଦେଖି ଆରାଧ୍ୟା ଖୁବ୍ ଖୁସି । ପୁଅ ଦେଖିଲେ ଆଗ ନାଚିଯିବ ଘେରାଟେ ।
ନୂଆ ଘରେ ଗୋଟିଗୋଟି କରି ଜିନିଷପତ୍ର ସଜେଇବାରେ ବ୍ୟସ୍ତ ଦୁହେଁ । କୁମାର ଏ ଭିତରେ ଭାରି ଆପଣାର ହେଇ ସାରିଲାଣି । ତା’କୁ କୈଣସି କଥା ପଚାରିବାରେ ସଙ୍କୋଚ କରେନା ଅରୁ ।
ଦେଖ ଅରୁ , ଏଥର ପର୍ଫେକ୍ଟ ତ!
ସତରେ ତୁମ ହାତରେ ଯାଦୁ ଅଛି କୁମାର । କେତେ କମ୍ ସମୟ ଭିତରେ ସବୁକିଛି ସାଇଜ୍ କରିଦେଲ ନା! ଆସୁ ଆସୁ ତ’ ମୋ ମୁଣ୍ଡ କାମ କଲାନି । କୋଉଠି କଣ ରଖିବି ବୋଲି । ରିଏଲି କୁମାର ଏମିତି ଛୋଟ ଦୁଇ ବଖରା ଘର ଓ ଖୁବ୍ ସୁନ୍ଦର
ବଡବଗିଚା ଗୋଟେ ମୋ’ର ସ୍ୱପ୍ନ ଥିଲା । ମୋ ମାମୁଁଙ୍କ ଘର ବି ଏମିତି ଥିଲା । ମୁଁ ବହୁତ ଖୁସି ।
କୁମାର ଭାବିଲା, ଯିଏ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହେଇପଡିଥିବ ଜୀବନକୁ ପୁଣି ଥରେ ନୂଆ କରି ଗଢ଼ି ତୋଳିବାର ସାହସ ରଖେ, ସେ ଆଜି ସାମାନ୍ୟ ଘର ସଜାରେ ତାକୁ ପ୍ରଶଂସାରେ ପୋତି ପକାଉଛି । ତାଙ୍କ ସାହସ ଓ ଧୈର୍ଯ୍ୟକୁ ମାନିବାକୁ ପଡ଼ିବ ।
ଏମିତି ଝିଅକୁ ସ୍ତ୍ରୀ ରୂପେ ପାଇ, ଯେ କେହି ବି ଖୁସିହେବା କଥା । ବୈଭବ ସାରଙ୍କର ଦୁର୍ଭାଗ୍ୟ, ସେ ଆରାଧ୍ୟା ପରି ସ୍ତ୍ରୀ କୁ’
ପାଇ, ହରେଇଦେଲେ ।
କ୍ରମଶଃ
Comments are closed.