ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ସ୍ୱପ୍ନିଲଙ୍କ ମୃତ ଦେହ ପାଖରୁ କୌଣସି ସମ୍ପର୍କୀୟଙ୍କ ଫୋନ ନମ୍ବର କିମ୍ବା ଠିକଣା ମିଳି ନ ଥିଲା ! ତାଙ୍କ ମୋବାଇଲ ଫୋନରୁ ପୁଲିସ ଯାହା ଯାହାକୁ ଫୋନ କରିଥିଲା ସମସ୍ତେ ତାଙ୍କର ସାଙ୍ଗ ସାଥି ଶୁଭ ଚିନ୍ତକ ଥିଲେ ! ସାଙ୍ଗ ସାଥି ପାଖରୁ ସେମିତି କିଛି ଖବର ମିଳି ନ ଥିଲା ,କାହିଁକି ନା ସେ ବିଶେଷ ଭାବରେ କାହା ସହିତ ମିଶୁ ନଥିଲେ ! ଏତେ ଜଣ ସାଙ୍ଗଙ୍କ ଭିତରୁ ଦୁଇ ତିନି ଜଣ ସାଙ୍ଗ ଙ୍କ ପାଖରୁ ଜାଣିବାକୁ ମିଳିଲା ଯେ,ଏ ଦୁନିଆରେ ତାଙ୍କର ମାଆଙ୍କ ଛଡା ଆଉ କେହି ନ ଥିଲେ ! ସେ ବି ବର୍ଷେ ହେଲା ଏଇ କରୋନାରେ ଆଖି ମୁଜି ଦେଇଥିଲେ । ଏତିକି ଖବର କୁ ଆଖି ଆଗରେ ରଖି ପୁଲିସ , ସାଙ୍ଗ ମାନଙ୍କୁ ବଡି ହସ୍ତଗତ କରିଥିଲା !
ଜଣେ ସାଙ୍ଗ ସ୍ୱପ୍ନିଲ ଙ୍କର ଯିଏକି ଖୁବ ଅନ୍ତରଙ୍ଗ ଥିଲେ ! ତାଙ୍କ ନାଁ ସାଗର । ଯାହା ଆଗରେ ସେ ମନର କଥାକୁ ପ୍ରକାଶ କରି ପାରିଥିଲେ । ସ୍ୱପ୍ନିଲ ,ଆସ୍ଥା ସହିତ ବେଳେବେଳେ କଥା ହେବା କଥା ସାଗର ଜାଣିଥିଲେ । ତେଣୁ ସାଗର ଆସ୍ଥାକୁ ଖବର ଦେବାକୁ ଉଚିତ ମନେ କରି ଫୋନ କରିଥିଲେ ।
ବର୍ତ୍ତମାନ ଆସ୍ଥାର ଦିନ- ରାତି, ବଞ୍ଚିବା -ମରିବା ସବୁ ସମାନ ହୋଇ ଯାଇଛି ! ବଞ୍ଚିଥିବା ବେଳେ କେତେ ରାଗ- ରୁଷା ,ମାନ -ଅଭିମାନ ! ଚାଲିଗଲା ପରେ ସବୁ ଶୁନ୍ୟ ଆଉ ଶୁନ୍ୟ ମହାଶୂନ୍ୟ ! ତଥାପି ତ ଆସ୍ଥାର ସଂସାର ଅଛି, ସ୍ୱାମୀ ,ଛୁଆ ଅଛନ୍ତି ,ତେଣୁ ବଞ୍ଚିବାର ଅଛି । ପୁଣି ରାତି ପରେ ଦିନ ଆସିଛି ସବୁ ପୂର୍ବ ପରି ସ୍ୱାଭାବିକ ହେବାରେ ଲାଗିଛି ! କିନ୍ତୁ ,ରହି ରହି ସ୍ୱପ୍ନିଲଙ୍କର ଭାବନା ଆସ୍ଥାର ମନରେ ଛାଇ ହୋଇ ରହୁଛି ! ଆଗ ଭଳି ସ୍ୱପ୍ନିଲ ଇଚ୍ଛା ହେଲେ ଯାଇ ଆସ୍ଥାର ସ୍ୱପ୍ନରେ ଆସି ଘଣ୍ଟା ଘଣ୍ଟା ଗପୁଛନ୍ତି !
କ୍ରମଶଃ…
Comments are closed.