Latest Odisha News

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ ( ୨ )

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’

ଦିନେ ମାଆଙ୍କର ଦେହ ଖରାପ ହୋଇଗଲା। ଆସ୍ଥା ଫୋନରେ ମାଆଙ୍କ ଦେହ ଖରାପ କଥା ସ୍ୱପ୍ନିଳକୁ ଜଣାଇଲା। ସ୍ୱପ୍ନିଳ ଆସି ଆସ୍ଥା ଘରେ ଅପ୍ରତ୍ୟାଶିତ ଭାବରେ ପହଞ୍ଚି ଗଲା । ଭିତର ଘରେ ଥିଲା ଆସ୍ଥା। ଶୁଣି ପାରିଲା ଦମ୍ଭିଲା ସ୍ୱରଟିଏ।”ମୁଁ ସ୍ବପ୍ନିଳ ମାଉସୀ । ଆସ୍ଥାର ବନ୍ଧୁ ।” ଏଇ କଥା ଦୁଇ ଧାଡ଼ି଼ ଆସ୍ଥାର ସାରା ଦେହରେ ଚହଟେଇ ଦେଲା ଏକ ଅପୂର୍ବ ଶିହରଣ। ସ୍ୱପ୍ନିଳ ସାମ୍ନାକୁ ଯାଇପାରିଲା ନାହିଁ ଇଚ୍ଛାକରି ହଠାତ । ବନ୍ଧୁ ନୁହେଁ ସ୍ୱପ୍ନିଳ ଯେମିତି ତାର ସ୍ୱପ୍ନର ଦୁନିଆଁକୁ ଡେଣାଲଗା ଘୋଡା ପିଠିରେ ବସି କବ୍ଜା କରି ନେଇଛି ।

ହଁ , ସେ ତ ସେଇଆ ହିଁ ଖୋଜୁଥିଲା । ତା’ ଠାରୁ ଅଧିକ କିଏ ତାର ଅସହାୟା ମାଆକୁ ଭଲ ପାଉ । ଗୁରୁତ୍ୱ ଦେଉ । ଆସ୍ଥାକୁ ମଣିଷ କରିବାକୁ କି ଯେ କଷ୍ଟ ନକରିଛି ମାଆ !!

ନୀରବରେ ରହିଗଲା ସମୟ ! କେହି କାହାକୁ କହି ପାରିଲେନି ମନ ଖୋଲି ।ଫେରନ୍ତା ବସ ଫେରିଗଲା ସ୍ୱପ୍ନିଳ । ସାରା ଘରଟା ଯେମିତି ଖାଁ ଖାଁ କରୁଥିଲା ସ୍ୱପ୍ନିଳର ଅନୁପସ୍ଥିତିରେ ! କିଛି ସମୟ ପାଇଁ ସେ ଅନୁଭବ କରୁଥିଲା ସବୁତକ ଖୁସି ତା ହାତମୁଠାରେ ଥିଲା !! ସେ ଖୁସି ନିଜେ ସ୍ୱପ୍ନିଳ ଥିଲା । ସେଦିନ ରାତିରେ ଏକ ଅପୂର୍ବ ମାଦକତା ଅନୁଭବ କଲା ଦେହ ଏବଂ ମନରେ । ଡେଣା ହଳେ କଅଁଳୁଥିଲା ତା ଦେହରେ। ଉଡିବାର ମୋହରେ ସେ ନିଶାଗ୍ରସ୍ତ ଥିଲା ।ଦିନେ କିଏ ଜଣେ ବିବାହ ପ୍ରସ୍ତାବ ନେଇ ଆସିଲେ। ମାଆ ବ୍ୟସ୍ତ ଥିଲା ଆସ୍ଥାର ଭବିଷ୍ୟତ ନେଇ । ସ୍ୱପ୍ନିଳକୁ କହିବ ନକହିବ ହୋଇ ବାହାଘର ବିଷୟରେ ଫୋନ୍ କଲା ଆସ୍ଥା । ସବୁ ଶୁଣି ସ୍ୱପ୍ନିଳ କୋୖଣସି ଉତ୍ତର ହିଁ ଦେଲାନି । ଫୋନ୍ ରଖି ଖୁବ୍ କାନ୍ଦିଥିଲା ଆସ୍ଥା। ତା ମାନେ ସ୍ୱପ୍ନିଳ ଭିତରେ ତା ଲାଗି କିଛି ଅନୁଭବ ନଥିଲା । ଲୁହରେ କ୍ଷୋଭରେ ଜଳେଇ ଦେଲା ତା ଭିତରେ ତିଆରି କରିଥିବା ଫୁଲବନ।

 

କ୍ରମଶଃ

Comments are closed.