Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୭)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

ପ୍ରଥମେ ତୁ ଆଗ ନିଜକୁ ଚିହ୍ନ, ନିଜକୁ ଭଲ ପାଆ ,ନିଜକୁ ବିଶ୍ବାସ କର ,ନିଜକୁ ଆଗ ସମୟ ଦେ ଆସ୍ଥା ତାପରେ ଆଉ କାହାକୁ । ପାଗଳୀଙ୍କ ଭଳି ହନା । ନିମି ଅପା କଥାକୁ ଗଣ୍ଠି ଧନ କର ଦେଖିବୁ ନିଜକୁ ଜିତିବା ସହିତ ସଂସାର କୁ ଜିତିବୁ ! ନହେଲେ ଏମିତି ଦୁଃଖ କଷ୍ଟ ଯଂତ୍ରଣାରେ ସଢ଼ୁଥିବୁ ,ସମସ୍ତେ ଆହା ଚୁ ଚୁ କରୁଥିବେ ପଛେ କେହି ପଚାରିବାକୁ ନଥିବେ । ନିମି ଅପା ସବୁବେଳେ ତୋ ପାଖେ ପାଖେ ଅଛି ,ଯେତେବେଳେ ଯାହା ଦର୍କାର କିମ୍ବା କଥା ହେବାକୁ ଇଚ୍ଛା ତେବେ ସାଙ୍ଗେ ସାଙ୍ଗ୍ ଫୋନ କରିବୁ । ମୁଁ ଯାହା ଯାହା କହିଲି ଭଲ କରି ଭାବିବୁ ଫୋନ ରଖିଲି ,ନିଜର ଯତ୍ନ ନେବୁ କହି ଫୋନ ରଖିଲା ନିମି ଅପା ।

ଏଥର ଆସ୍ଥା ପାଳି ,ଭାବିଲା ବହୁତ ଭାବିଲା ସେ । କେତେ କଷ୍ଟ ନଦେଇଚି ,କେତେ ଯେ ଯନ୍ତ୍ରଣା ନସହିଛି । କେତେ ରାତି ଯେ ଲୁହରେ ତକିଆ ନଭିଜିଛି ତା କଣ ଗଣତି ଅଛି ; ପୁଣି ଯାହାକୁ କେବେ ଆଖିରେ ଦେଖିନି କି ଜାଣିନି ? ଏଥର ନିଜକୁ ନିଜେ ଦମ୍ଭ ଦେଲା । ଏଥର ସାଗର କଣ କହୁଥିଲେ ଜାଣିବାକୁ ଇଚ୍ଛା କଲା ଆସ୍ଥା !

ହାତରେ ସେଲ୍ ଫୋନ ଧରି ସାଗର ପାଖକୁ ଫୋନ ଲଗେଇଲା ଆସ୍ଥା । ନେଟୱର୍କ ପ୍ରବ୍ଲେମ ପାଇଁ ଫୋନ ବିଲକୁଲ ଲାଗୁନଥିଲା । ବାରମ୍ବାର ଫୋନ କଟି ଯାଉଥିଲା । କଣ କରିବ ସେ , କେମିତି କଥା ହେବ ସେ ସାଗର ଙ୍କ ସହିତ ?! ନେଟ୍ ପ୍ରବ୍ଲେମ ଏବେ ଏକା ହବାର ଥିଲା । ଘଣ୍ଟା ରେ ସାଢ଼େ ଚାରି ଉପରେ ହେଲାଣି ! କଣ କରିବ ସେ ବର୍ତ୍ତମାନ ତ ସମ୍ଭବ ଆଉ ପିଲାମାନେ ଆସି ଘରେ ପହଁଚିଯିବେ ! ତର ତର ହୋଇ ହୋଇ ଫୋନ ଲଗାଉଚି ଯେ ଲଗାଉଛି ! ବହୁତ କଷ୍ଟରେ ଫୋନ ଲାଗିଥିଲା କି ନାହିଁ କିଏ ଡୋର୍ ନକ୍ କରିବାର ଶବ୍ଦ ଶୁଣାଗଲା ……ପ୍ଲିଜ ଆସ୍ଥା ଡୋର୍ ଶିଘ୍ର ଖୋଲ ବାହାରେ ଖୁବ ଜୋରରେ ବର୍ଷା ପାଣି ପବନ ମାଡି ଆସିଲାଣି !! ପିଲାମାନଙ୍କୁ ନେଇ ସ୍କୁଲ ରୁ ନେଇ ଆସିଛି …!!କରେଣ୍ଟ ବି ଚାଲିଯାଇଛି !!

ଆସ୍ଥା , ସମ୍ଭବ ଙ୍କର ପାଟି ଶୁଣି କଲବଲ ରେ ସାଗରଙ୍କର ଡ଼ାୟଲ ନମ୍ବର ଡିଲେଟ କରିଦେଉ ଦେଉ ସମ୍ଭବ ମୁଁ ଗାର୍ଡେନରେ ଅଛି ! ଘରେ ପ୍ରବଳ ଗରମ ଲାଗୁଥିଲା ବୋଲି ବାହାରୁ ଲକ୍ କରି ଏଠି ପବନରେ …….! ମୁଁ ଯାଉଛି ଚାଲ ….!

ଘର ଲକ୍ ଖୋଲୁ ଖୋଲୁ ଲଙ୍ଗ୍ ରିଂ ଟେ ହେଲା …..ଆଉ ତାପରେ କମ୍ପୁଟର ମଷ୍ଟର କହିଲା ,ପ୍ଲିଜ ରିସିଭି ଇ ୟୋ ର୍ କଲ୍ ?

କ୍ରମଶଃ

Comments are closed.