ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ସମ୍ଭବ ବିରକ୍ତ ମିଶା ସ୍ୱରରେ , ଆଉ କିଛି ନାହିଁ ଦିନକୁ ଶହେ ଥର ତୁମର ଫୋନ ଆସୁଥିବ ଯାଉଥିବ ଆଉ ତମେ ଘର କାମ କଣ କରିବ ? ଆଗ ଫୋନ ରିସିଭି କର ତାପରେ ଆଉ ଯାହା !”
ନା ମୋର ଏବେ ଫୋନ ଧରିବାର ନାହିଁ । ସନ୍ଧ୍ୟା ବେଳ ହେଲାଣି ଆଗ ସନ୍ଧ୍ୟା ବସେଇବି ! ପିଲାଙ୍କ ଟିଫିନ ରେଡି କରିବି ,ତାପରେ ଆମେ ଦୁହେଁ ଏକାଠି ଚା’ ପିଇବା । ତାପରେ ଆଉ ଯାହା କହି ସନ୍ଧ୍ୟା ଦେଇ ଦୀପ ଜାଳି ପିଲାଙ୍କର , ସମ୍ଭବ ଆଉ ଏ ସଂସାରର ଶୁଭ ମନାସୀ ଦିଅଁଙ୍କୁ ମୁଣ୍ଡିଆ ମାରିଲା ଆସ୍ଥା !
ଚା ପିଇ ସମ୍ଭବ ବାହାରକୁ ବୁଲାବୁଲି କରିବା ଉଦ୍ଦେଶ୍ୟରେ ବାହାରି ଗଲେ । ପିଲାମାନେ ପଢ଼ାପଢ଼ିରେ ମନ ଦେଲେ । ଆସ୍ଥା ଏଥର ଫୋନ କୁ ଆଣି ଦେଖିଲା ବେଳକୁ ଆରେ ପୁଣି ନିମି ଅପାଙ୍କ ମିସ୍ଡ଼ କଲ୍ ?
*କଲ୍ ବ୍ୟା କ୍ କଲା ଆସ୍ଥା । କଣ ହେଲା ନିମି ଅପା କଣ କହୁଥିଲେ ? ଆରେ ନା କଲ୍ ଲିଷ୍ଟ ରେ ତୋ ନାଁ ଆଗ ଥିଲା କେତେବେଳେ ହାତ ବାଜିଯାଇଛି ବୋଧେ ଅଜାଣତରେ ।ହଉ ଭଲ ହେଲା ,ମନେପଡ଼ିଗଲା ତୁ କଣ ନୂଆ ଲେଖା ଆରମ୍ଭ କରିଥିଲୁ କହୁଥିଲୁ କେତେ ବାଟ ଗଲା ?ସବୁ ଭିତରେ ଲେଖା ଜାରି ରଖିଥିବୁ ,ହେଳା କରିବୁନି କହିଦେଲି ।ଆଜ୍ଞା ଅପା ନିଶ୍ଚୟ । ଫୋନ ରଖୁଚି ଭାଇ ଆସିଲେଣି ସ୍ନାକ୍ସ ଆଉ ଚା ଦେବି । ହଁ ଅପା କହି ଫୋନ ରଖିଲା ଆସ୍ଥା ।
ରାତି ପାହିଲେ ବାର୍ଥଡେ଼ । ପିଲା ଦିନୁ କେବେ ଜାଣିନି ବାର୍ଥଡେ଼ କଣ । କେବେ ଆସେ କେବେ ଯାଏ ସେ ଜାଣେନା । ସିଏ ମନେ ପକାଏନି କି ବାପା ମାଆ ଭାଇ ଭଉଣୀ ସାଙ୍ଗ ସାଥୀ କେହି କେବେ ମନେ ପକାନ୍ତିନି । ସ୍ୱପ୍ନିଲ କିନ୍ତୁ ନୂଆ ନୂଆ ଚିଠି ବନ୍ଧୁ ହେବା ପରଠୁ ଆସ୍ଥାକୁ ଉଇସ୍ କରିଥାନ୍ତି , ଚିଠିଟି ଡେରିରେ ପହଞ୍ଚୁ ପଛକେ । ତାପରେ ଫୋନ, ସେଲ୍ ଫୋନ ହେବା ପରଠାରୁ ଜନ୍ମ ଦିନର ପ୍ରଥମ ଉଇସ୍ ସ୍ୱପ୍ନିଲଙ୍କର ହିଁ ଥାଏ !
କ୍ରମଶଃ
Comments are closed.