ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ସମୟ ଦିନ ବାରଟା ତିରିଶ ମିନିଟ ।ଘର ପୁରା ଖାଲି ଖାଲି ଲାଗୁଛି ! ପିଲାମାନେ ସ୍କୁଲକୁ ଆଉ ସମ୍ଭବ ଟୁର୍ ରେ କିଛି ଦିନ ପାଇଁ ବାହାର କୁ ଚାଲି ଯାଇଛନ୍ତି ।ପାଗ ଥଣ୍ଡା ,ହାଲ୍କା କୋହଲା ପବନ ଦେହକୁ ଭଲ ଲାଗୁଛି । ଘରର କାମ ସାରି ତାର ପ୍ରିୟ ସ୍ଥାନ, ତା ହାତ ତିଆରି ସେଇ କୁନି ଉପବନକୁ ଚାଲ୍ ଚାଲ୍ ହୋଇ ଗଲା ଆସ୍ଥା । ସକାଳୁ ଗଲେଣି ସମ୍ଭବ ଅଥଚ ଗୋଟିଏ ଫୋନ କଲ୍ ନାହିଁ ! କିଛି ଅସୁବିଧା ହେଇନି ତ ଭାବି ଫୋନ ଲଗେଇ କଥା ହେଲା ଆସ୍ଥା । ପୂର୍ବ ଦିନ ରାତିରେ ଥଣ୍ଡା ଜର ଟିକେ ହୋଇଯାଇଥିଲା । ଆଜି ଟିଫିନ ଖାଇ ମେଡ଼ିସିନ ନେଲେଣି ଆଉ ପୂର୍ବାପେକ୍ଷା ଏବେ ତାଙ୍କ ଦେହ ଭଲ ଅଛି ଜାଣି ଆଶ୍ୱସ୍ତ ହେଲା ଆସ୍ଥା ।
ବହୁତ ଦିନ ହେଲାଣି ନିମି ଅପା ଙ୍କ ସହିତ କଥା ହେଇନି । ଭଲମନ୍ଦ ବୁଝିବା ପାଇଁ ଫୋନ କଲା ,ନିମି ଅପା ଙ୍କ ସହିତ ପନ୍ଦର କୋଡ଼ିଏ ମିନିଟ କାଳ ଗୁଡାଏ କଥା ହେଲା । ମନର କଥା ,ବ୍ୟଥା ସବୁକୁ ସେଇ ଜଣଙ୍କ ପାଖରେ ହିଁ ଖୋଲା ବହି କରି ରଖି-ଥୋଇ ପାରେ ସିଏ ! ଯୋଉଠି ଜୋର କରି ଅଧିକାର ଜାହିର କରିପାରେ ! ନିମିଅପା ଙ୍କ ସହିତ ସ୍ୱପ୍ନିଲ ଓରଫ୍ ସମୟ ବିଷୟରେ କିଛି ସମୟ ଆଲୋଚନା କଲାପରେ ଆଖି ,ମନ ସବୁ ଓଦା ଓଦା ହୋଇଯାଇଥିଲା ! ନିମିଅପା ତାଗିଦା କରି କଥାକୁ ସେଇଠି ରଖିବାକୁ କହି କଥାର ମୋଡ଼ କୁ ଅନ୍ୟ ଆଡ଼କୁ ନେଇଗଲେ ,ପଢ଼ାପଢ଼ି ଲେଖାଲେଖି ଉପରେ । ଭାଇନାଙ୍କ ଖାଇବା ବେଳ ହେଲାଣି ,ଉପନ୍ୟାସ ଟିକୁ ପୁରା ପଢି ସାରିବା ପରେ ତାଙ୍କ ସାଙ୍ଗରେ ଆଲୋଚନା କରିବାକୁ ଦୃଢ଼ ଗଳାରେ କହିଲେ ,ନିଜର ଯତ୍ନ ସହିତ ନୂଆ କିଛି ଲେଖିବାକୁ କହି ଫୋନ ରଖିଲେ ନିମିଅପା ।
ଲେଖା ତ ଆରମ୍ଭ କରି ସାରିଚି ଆସ୍ଥା ! ହେଲେ ଏବେ ସେ କୁହେଲିକା ଭିତରେ …..!!! ହଁ ଏବେ ନିର୍ଦ୍ୱନ୍ଦରେ ସାଗର ସାଙ୍ଗରେ କଥା ହୋଇ ପାରିବ ।ଫୋନ ଲଗେଇଲା , ସାଗର ବି ସାଙ୍ଗେ ସାଙ୍ଗ୍ ଫୋନ ରିସିଭ୍ କଲା ।ହଁ ଦି କୁହ ,ଆସ୍ଥା ଏପଟୁ ଆରେ ମୁଁ କଣ କହିବି ତୁ କହ । ୟା ଭିତରେ ଆସ୍ଥା ଆଉ ସାଗରର ସମ୍ପର୍କ ଖୁବ ନିବିଡ ହୋଇ ସାରିଥିଲା ।ଏଥିପାଇଁ ଆସ୍ଥା, ସାଗରକୁ ତୁ ସମ୍ବୋଧନ କରିବା ଆରମ୍ଭ କରି ଦେଇଥିଲା !
କ୍ରମଶଃ
Comments are closed.