Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୨)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

ମଣିଷ ଜୀବନ ଦି’ ଦିନିଆ ଆଜି ଅଛି ତ କାଲି ନାହିଁ । ଆସେ ଖାଲିହାତେ ଯାଏ ଖାଲିହାତେ ! କିନ୍ତୁ କେତେଟା ଅହଂକାରୀ ବଡ଼ଲୋକୀ ବଲାଉ ଥିବା ବ୍ୟକ୍ତିମାନେ ଭାବନ୍ତି । ଆମେ ଯାହା ସବୁ ଅର୍ଜନ କରିଚୁ ବା ଆମ ପାଖରେ ଯାହା ଅଛି ସବୁକୁ ମୁଣ୍ଡ ତଳେ ତକିଆ କରିକି ନେଇକି ଯିବୁ ଉପରକୁ ! ସେଥିପାଇଁ ସେମାନେ ଧନଲୋଭରେ ଚୁର୍ ହୋଇ ଇନ୍ଦ୍ର ଚନ୍ଦ୍ର ମାନିନଥାନ୍ତି ! ସେମିତି ମନୋଭାବ ପୋଷଣ କରୁଥିବା ମଣିଷ ଭିତରେ ସ୍ୱପ୍ନିଲ ଓରଫ୍ ସମୟର ସ୍ତ୍ରୀ ଝଞ୍ଜା ଜଣେ ଥିଲା ! ନା ଘରର ନା ସ୍ୱାମୀର ନା ପିଲାଛୁଆ ଙ୍କର ଦାୟିତ୍ବ ନା କର୍ତ୍ତବ୍ୟ । ନା ରୋଷେଇ ବାସ , ଘର ସଫା, ନା ଆଉ କିଛି ! ସତ କହିବାକୁ ଗଲେ ମଣିଷ ଭିତରେ ହୃଦୟ ବୋଲି ଗୋଟେ ଜିନିଷ ଥାଏ ସମୟ ସ୍ୱାମୀ ହିସାବରେ କେବେ ବି ଅନୁଭବ କରି ନ ଥିଲା ! ବୋଧ ହୁଏ ଏଥିପାଇଁ ସେ ଆସ୍ତେ ଆସ୍ତେ ଅଧିକା ଅଧିକା କର୍ଦ୍ଦମ ଭିତରକୁ ପଶି ପଶି ଗଲା! ସମୟଠାରୁ ସବୁ ଶୁଣିବା ପରେ ମୁଁ ଭାବେ ଭଗବାନ ବୋଧେ ଗଢ଼ି ସାରିବା ପରେ ହୃଦୟଟାକୁ ଲଗେଇଲା ବେଳେ ମାଂସ ପିଣ୍ଡୁଳାର ନ ଲଗେଇ ଭୁଲରେ ପ୍ଲାଷ୍ଟିକ କି ଫାଇଭର୍ ର ଲଗେଇ ଦେଇଛନ୍ତି ! ନହେଲେ ଏମିତି ।

ଦୁହିଁଙ୍କ ଭିତରେ ଅଶାନ୍ତର ଧୂଆଁ କୁହୁଳି କୁହୁଳି ନିଆଁ ର ରୂପ ନେଲା ! ବାପା ,ମାଆ ,ପୁଅ , ଝିଅ ସ୍ତ୍ରୀ କୁ ନେଇ ଭରପୁର ପରିବାର ତାର କିନ୍ତୁ କିଛି ଭୋଗ କରି ପାରିଲାନି !! ରାଗ ଆଉ ଅଭିମାନ ରେ ବାଧ୍ୟ ହୋଇ ଘର ଛାଡିଲା !!ସ୍ନେହ ଶ୍ରଦ୍ଧା ଭଲ ପାଇବା ବିନା ଜୀବନ ଟା ରୁକ୍ଷ ହୋଇଗଲା !! ସବୁଥାଇ କିଛି ନ ଥିଲା ଭଳି ବାହାରେ ହାଁ ହାଁ ହୋଇ ବୁଲିଲା ! ଅଧିକ ରୁ ଅଧିକ ନିଶା ରେ ରହିଲା , ଅଧିକ ଅଧିକ ଅବାଟକୁ ଗଲା !! କେତେ ଗୁଡିଏ କେସ୍ ରେ ମଧ୍ୟ ତା ନାଁ ରେ ଗୁନ୍ଥି ହୋଇଗଲା !! ବିହାର ପୁଲିସ ତନାଘନା କଲା !! ପୁଲିସ ଡରରେ ଲୁଚି ଏଠି ଆସି ଛଦ୍ମ ରୂପରେ ଓଡିଶାରେ ଆସି ରହିଲା !

 

କ୍ରମଶଃ..

 

Comments are closed.