Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୭)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

BjdElectrycity

ସମ୍ଭବଙ୍କର କଲ୍ ଥିଲା , ନେଟୱର୍କ ସର୍ଭିସ ନଥିଲା ଫୋନରେ କଥା କଟି କଟି ଯାଉଥିଲା , ତାପରେ କାମ ବି ଥିଲା ସେଥିପାଇଁ ଫୋନ ରିସିଭ କରି ନ ଥିଲି । କୁହ କଣ କହୁଥିଲ ? ମୁଁ ଠିକ ଅଛି ,ଏଠି ଖାଇବା ପିଇବା ବି ଭଲ ।ମୋ ପାଇଁ ବ୍ୟସ୍ତ ହବନି ।କାମ ସରିନି ଆଉ କିଛି ଦିନ କାମ ଚାଲିବ ।ତେଣୁ ଘରକୁ ଫେରିବା ପାଇଁ ଦି ଚାରି ଦିନ ଲେଟ୍ ହୋଇପାରେ । ନିଜର ଯତ୍ନ ନେବ ପିଲାଙ୍କର ଯତ୍ନ ନେବ ଆଉ ମୋ ତରଫରୁ ତାଙ୍କୁ ସ୍ନେହ ଦେବ । ଆଉ କିଛି ଯଦି ଦରକାର ପଡେ ସୁରେଖା କୁ ପଠେଇ ନେଇ ଆସିବ ।ଆଉ କଣ କହିବ ,ନା ଫୋନ ରଖିବି ।ଇନ୍ ଟାଇମ ରେ କାମ ନ ସାରିଲେ ଘରକୁ ଫେରିବା କୁ ଲେଟ୍ ହବଯେ ….” କହି ଫୋନ କାଟିଦେଲେ ସମ୍ଭବ !

କଥା କହିବାକୁ ସୁଯୋଗ ଟିକେ ବି ଦେଲେନି ! ମନ ଆହୁରି ଭାରାକ୍ରାନ୍ତ ହୋଇଗଲା ! ପୁଣି ମନକୁ ବୁଝେଇଲା ,ହଁ କାମ ନ ସାରିଲେ ପୁଣି ! ମନକୁ ସମ୍ଭାଳିବାକୁ ଚେଷ୍ଟା ରେ “ଯାଜ୍ଞସେନୀ” ର ଫର୍ଦ୍ଦ ଗୁଡିକ ଭିତରେ ହଜିବାକୁ ଭିଜିବାକୁ ଲାଗିଲା ଆସ୍ଥା !!!

ସ୍କୁଲ ରୁ ସ୍ୱୟଂ-ସ୍ୱାହା ଆସିବାର ସମୟ ହୋଇଗଲାଣି ।ସୁରେଖା କୁ ଆଜି ପଠେବାକୁ ପଡ଼ିବ ,ସ୍କୁଲରେ ଆନୁଆଲ୍ ଫଙ୍ଗ୍ସନ୍ ର ରିଅଲ୍ ସଲ୍ ପାଇଁ ଡେ଼ରି ହେବ ।ସ୍କୁଲ ବସ ଡ୍ରାଇଭରର କଣ କାମ ପଡିବାରୁ ସେ ତା ଘରକୁ ପଳେଇଲା ; ସ୍କୁଲ ବସ ଆଜି ବନ୍ଦ । ତେଣୁ  ଆଜି ସୁରେଖାକୁ ହିଁ ପଠେଇବାକୁ ପଡ଼ିବ ପିଲାଙ୍କୁ ସ୍କୁଲରୁ ଆଣିବା ପାଇଁ ! କାରଣ ଆସ୍ଥା ର ମୁଣ୍ଡ ବିନ୍ଧା ଟିକେ କମିଥିଲା କି ନାହିଁ ପୁଣି ଥରେ ଆରମ୍ଭ ହୋଇଗଲା ସେଇ ବିରକ୍ତିକର ମୁଣ୍ଡ ବିନ୍ଧା ରୋଗ ।

 

କ୍ରମଶଃ

Leave A Reply

Your email address will not be published.