ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ଏଥିପାଇଁ ସେମାନଙ୍କୁ ଠିକ ସମୟରେ ଉଚିତ ପାରିଶ୍ରମିକ ଦିଏ ଏବଂ ସୁବିଧା ଅସୁବିଧାରେ ସେମାନଙ୍କ ସାଙ୍ଗରେ କାନ୍ଧ ମିଳାଇ ଠିଆ ହୁଏ । ସମସ୍ତଙ୍କର ବିପଦ ଆପଦରେ ତା’ ମାଆ ଆସ୍ଥା ପରି ସୁରେଖା ମଧ୍ୟ ଗୌରୀ ନାନୀ ହୋଇ ଠିଆ ହୋଇଯାଏ । ସେଥିପାଇଁ ତାକୁ(ସୁରେଖାକୁ)ଖଣ୍ଡମଣ୍ଡଳରେ ସମସ୍ତେ ଖୁବ ଭଲ ପାଆନ୍ତି ।
ସେମିତି ସ୍ୱୟଂ ଆଉ ସ୍ୱାହା ମଧ୍ୟ ପ୍ରଶାସନିକ ବିଭାଗରେ ଚାକିରୀ କରିବା ପାଇଁ ଉଭୟ ଅଧ୍ୟବସାୟ ରଖିଥିଲେ ।ମୋଟାମୋଟି ଭାବରେ ଦେଖିବାକୁ ଆସ୍ଥାର ତିନୋଟି ଯାକ ପିଲା ସ୍ଥାୟୀ ଭାବରେ ଥଇଥାନ ହୋଇସାରିଥିଲେ ।
ସାଗର ,ନିମିଅପା,ଆସ୍ଥା ମିଶି ଓଡ଼ିଶାର ବିଭିନ୍ନ ସ୍ଥାନରେ ବହୁତ ଗୁଡିଏ ସେବା ଅନୁଷ୍ଠାନ ଗଠନ କରି ନିଜର ପାଣ୍ଠିରୁ ତଥା ବିଭିନ୍ନ ଛୋଟ ବଡ଼ ଫଣ୍ଡ ରୁ ଆର୍ଥିକ ସହାୟତାରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏଭଳି ଛୋଟ ମୋଟ ଅନୁଷ୍ଠାନର ସହାୟତା ଆରମ୍ଭ କରି ସାରିଥିଲେ ଏଥିପାଇଁ ଅନେକ ବେରୋଜଗାରଙ୍କୁ ରୋଜଗାର କ୍ଷମ ମଧ୍ୟ କରେଇ ଥିଲେ ସେମାନେ।
ମାୟାର କାର୍ଯ୍ୟକଳାପ ଦେଖି ନିଜେ ସମ୍ଭବ ତାକୁ କାମରୁ ବାହାର କରି ଦେଇଥିଲେ କିନ୍ତୁ ଆସ୍ଥା ମାୟାର ବିକଳ ଅବସ୍ଥା ଦେଖି ସହି ନପାରି ପୁଣି ଥରେ ତାକୁ ରାଉରକେଲାର ଗୋଟିଏ ସେବାଶ୍ରମରେ କାମ ଯୋଗାଇ ଦେଇଥିଲେ ।ସେ ଦୁଖୀ ରଙ୍କି ଙ୍କର ସେବା କରି ସେ ନିଜର କରିଥିବା ପାପର ପ୍ରାୟଶ୍ଚିତ କରିବାର ସୁଯୋଗ ପାଇ ନିଜକୁ ଧନ୍ୟା ମନେ କରୁଥିଲା ଏବଂ ଆସ୍ଥା ପାଖରେ ସାରା ଜୀବନ ଋଣୀ ରହିଥିଲା । ମାୟା ,ଆସ୍ଥା ପରି ଠାକୁରାଣୀକୁ ଏତେ ଦୁଃଖ କଷ୍ଟ ଯନ୍ତ୍ରଣା ଦେଇ ନିଜକୁ ଲଜ୍ଜିତ ମନେ କରୁଥିଲା ଏବଂ ନିଜକୁ ସେବା କରିବା ପାଇଁ ସମର୍ପଣ କରିଦେଇଥିଲା ……!
କ୍ରମଶଃ
Comments are closed.