Latest Odisha News

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭୨)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

ସମ୍ଭବ ପୁଣି ଆରମ୍ଭ ହୋଇଗଲେ ,କଣ ମିଳିବ ଏ ବାଜେ କଥା ବାଜେ କାମରୁ ଶୁଣେ “ନିଜର ଖାଇ ଘୋଡ଼ା ଆଗରେ ଡେଇଁବା ।” ହେଲେ ତମେ ମୋ କଥା କେବେ ଶୁଣିଛ ନା ଶୁଣିବ । ଏ ଘରେ ମୋର କିଛି ଗୋଟେ ଅଛି ଯେ …ଛାଡ଼ ।

ଏଥର ଆସ୍ଥାର ଧର୍ଯ୍ୟ ଚ୍ୟୁତି ଘଟିଚି ! ଆରମ୍ଭ କଲା ଆସ୍ଥା ,ତୁମର ସବୁଦିନକୁ ମୋର ଦିନେ । ଶୁଣ ଆଜି ଯାହା ମୋତେ କହୁଚ ବା ଆଜି ପର୍ଯ୍ୟନ୍ତ ଯାହା କହି ଆସିଛ ମୋର ସବୁ ମନେ ଅଛି କିନ୍ତୁ ମୁଁ ଯଦି ତୁମ କଥା ଏ କାନ ରେ ପୁରେଇ ସେ କାନ ରେ ବାହାର କରି ଦେଇ ନଥାନ୍ତି ତେବେ ଆଜି ମୁଁ ଏ ଦେହ ଧରି ଆଜି ଯାଏଁ ଏ ଘରେ କଣ ଏ ଦୁନିଆରେ ବି ନଥାନ୍ତି ! ଏ ଘର କଣ ଘର ହୋଇ ରହିଥାନ୍ତା ଛିନ୍ ଛତ୍ର ହୋଇ ସାରନ୍ତାଣି। ସ୍ୱୟଂ ସ୍ୱାହା ଆଜି ଦିଲ୍ଲୀରେ ଆଏସ୍ ,ଓ ଏସ୍ ପ୍ରିପାଆର ନକରି ଏକୁଣୁ ସେକୁଣୁ ହୋଇ ମୁହଁ ଶୁଖେଇ ବୁଲୁଥାନ୍ତେ । କଥା ମଝିରେ ସୁରେଖା ଗରମ ଗରମ କ୍ଷୀର ଗ୍ଲା ସ୍ ଆଣି ବଢ଼େଇ ଦେଇ ଶୋଇବାକୁ ଚାଲିଗଲା । ଆଜି ସୁରେଖା ଯଥେଷ୍ଟ ବଡ଼ ହୋଇ ଯାଇଛି କିନ୍ତୁ ସେ ତାର ସଂସ୍କାର ଭୁଲିନି ,ଦୁହେଁ ବଡ଼ ଲୋକ କଥାବାର୍ତ୍ତା କଲାବେଳେ ସାନ ମାନେ ମଝିରେ ପଶି କଥା କହିବା ଉଚିତ ନୁହେଁ ବୋଲି ! ଆସ୍ଥା କଥାରେ ଅଳ୍ପ ବିରାମ ଦେଇ କ୍ଷୀର ପିଉ ପିଉ …..ପୁଣି ବର୍ଷିଲା ।

ସୁରେଖା ଆଜି କଲେଜ ଲେକ୍ଚର୍ ଟିଏ ନହୋଇ କୋଉଠି କାହା ଘରେ ବାସନ ମାଜୁଥାନ୍ତା କି କାହାର ନିର୍ଯାତନାର ଶିକାର ହୋଇ ସାରନ୍ତାଣି ଆଉ ତୁମେ ,ସେ ମାୟାବିନୀ ମାୟା ସାଙ୍ଗରେ ପଡ଼ି ରାସ୍ତାରେ ବାୟା ହୋଇ ବୁଲୁଥାନ୍ତ ଆଉ ଅଧିକ କହିଲେ କଷ୍ଟ ହେବ ! ମାୟା ଆଜି ବାର ଦୁଆର ଶୁଣ୍ଢି ପିଣ୍ଡା ହୋଇ ବୁଲୁଥାନ୍ତା ।ଆଉ ଅଧିକ କହିବା ଠିକ ହେବନି ।ଏମିତି ରେ ଗୁଡାଏ କଥା କହି ସାରିଲିଣି ।

 

କ୍ରମଶଃ

Comments are closed.