Latest Odisha News

BREAKING NEWS

ଘାଣ୍ଟୁଛି ଇଡି: ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଜେରା

ଭୁବନେଶ୍ୱର: ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ ଜେରା କରୁଛି ଇଡି  ।  ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ଶ୍ରଦ୍ଧାଞ୍ଜଳି । ତାଙ୍କୁ ଅର୍ଚ୍ଚନା ସେକ୍ସୋଟର୍ସନ୍ କରୁଥିବା ସେ ଅଭିଯୋଗ ଆଣିଥିଲେ । ସେହିପରି ନୟାପଲ୍ଲୀ ଥାନାରେ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ବ୍ଲାକମେଲିଂ କରୁଥିବା ନେଇ ଏତଲା ଦେଇଥିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ଅକ୍ଷୟ ପରିଜାଙ୍କୁ ସେ କାହିଁକି ୩କୋଟି ଟଙ୍କା ମାଗିଥିଲେ ବା ଦାବି କରୁଥିଲେ, ସେସବୁ ପ୍ରଶ୍ନର ଉତ୍ତର ଖୋଜିବ ଇଡି । ଆଉ କିଏ କିଏ ଏଥିରେ ଜଡିତ ଅଛନ୍ତି,  ଇଡି ଖୋଲିବ ଗୁମର । ବ୍ଲାକମେଲ୍, ହନିଟ୍ରାପ୍ ଓ ମନି ଲଣ୍ଡରିଂ ମାମଲାରେ ଅନେକ ବଡବଡ଼ୁଆ ଫସିବେ ବୋଲି ସନ୍ଦେହ କରାଯାଉଛି ।

ସେପଟେ ପୋଲିସ ଜାଣିଶୁଣି ତଦନ୍ତ ଦିଗହରା କରୁଥିବା ଅନୁମାନ କରାଯାଉଛି । ହେଲେ ଜଣକ ପରେ ଜଣଙ୍କୁ ଘାଣ୍ଟୁଛି ଇଡି । ମନି ଲଣ୍ଡରିଂ, ବ୍ଲାକ ମନି ମାମଲାରେ ଅର୍ଚ୍ଚନା ନାଗଙ୍କ ଘରେ ଇଡି ଚଢାଉ କରିବା ପରେ ହଠାତ୍ ଉଭାନ ହୋଇଯାଇଥିଲେ ଶ୍ରଦ୍ଧାଞ୍ଜଳି । ତାଙ୍କୁ ବାରମ୍ୱାର ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେ ଅକ୍ଷୟ ପରିଜାଙ୍କ ନାଁରେ ଏତଲା ଦେଇଥିବାରୁ ଗତକାଲି ଅକ୍ଷୟ ପରିଜାଙ୍କୁ ଇଡି ମାରାଥନ ଜେରା କରିଥିଲା । ତେଣୁ ଇଡି ଆଜି ଶ୍ରଦ୍ଧାଞ୍ଜଳି ଓ ତାଙ୍କୁ ସାମ୍ନାସାମ୍ନି ଜେରି କରିପାରେ ।

ଗତକାଲି ଇଡି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୫ ଘଣ୍ଟା ଜେରା କରିଥିଲା । ତାଙ୍କ ପୂର୍ବରୁ ବ୍ୟବସୀୟୀ ଅମୀୟକାନ୍ତ ଦାସଙ୍କୁ ଇଡି ଅଫିସରେ ଜେରା କରାଯାଇଥିଲା । ତାଙ୍କୁ ପ୍ରାୟ ୮ ଘଣ୍ଟା ଧରି ଅର୍ଚ୍ଚନା ନାଗଙ୍କୁ ଟଙ୍କା ପଠାଇବା ନେଇ ନାନା ପ୍ରଶ୍ନ କରିଥିଲା ଇଡି । ସେ ଅର୍ଚ୍ଚନାଙ୍କୁ ୭ ଲକ୍ଷ ଟଙ୍କା ଦେଇଥିବା ମାନିଥିଲେ । ତେବେ କାହିଁକି ସେ ଏତେ ଟଙ୍କା ନାଗ ଦମ୍ପତ୍ତିଙ୍କୁ ଦେଇଥିଲେ, ସେନେଇ ଅନେକ ପ୍ରଶ୍ନର ସାମ୍ନା କରିଥିଲେ ଅମୀୟ । ତେବେ ଅମୀୟ କହିଥିଲେଯେ ଚିକିତ୍ସା ସକାଶେ ଦାନସ୍ୱରୂପ ସେ ଅର୍ଚ୍ଚନାଙ୍କୁ ୭ ଲକ୍ଷ ଟଙ୍କା ଦେଇଥିଲେ ।

ତାପୂର୍ବରୁ ଇଡି ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ନାଗଙ୍କ ସହଯୋଗୀଖଗେଶ୍ୱରଙ୍କୁ ଜେରା କରିସାରିଛି । ଖଗେଶ୍ୱରର ରିମାଣ୍ଡ ଆଉ ତିନି ଦିନ ବଢିଛି । ମନି ଲଣ୍ଡରିଂ ଲିଙ୍କରେ ଆଉ କିଏ କିଏ ସମ୍ପୃକ୍ତ ତାର ଖିଅ ଖୋଜୁଛି ଇଡି ।

Leave A Reply

Your email address will not be published.