ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ୟା’ପରେ ବୀରା ଦୋକାନ ସାରା ବୁଲୁଥାଏ, ଆଉ ତା’ପଛେ ପଛେ ଅନ୍ୟମାନେ । ପ୍ରାୟ ଦେଢ଼ଘଚାା ପରେ ଗୁଡ଼ାଏ ଜିନିଷ କିଣି ସେମାନେ ସେଠାରୁ ବାହାରିଲେ । ବାହାରକୁ ଆସି ବୀରା ତା’ ଯୋତା ଲେସ୍ ବାନ୍ଧିବାକୁ ନଇଁ ପଡ଼ିଲା ବେଳକୁ ହଠାତ୍ କେହିଜଣେ ତା’ ସହିତ ଏତେ ଜୋର୍ରେ ଧକ୍କା ହେଲେ ଯେ, ବୀରା ନିଜେ ତ ତଳେ ପଡ଼ିଗଲା ତା’ସହ ବ୍ୟାଗ୍ରୁ ସବୁ ଜିନିଷ ପତ୍ର ଖସି ଏଣେତେଣେ ଛିଟିକି ପଡ଼ିଲା ।
“ହେ ଭଗବାନ୍! ଏ ମଧ୍ୟବିଚା ଶ୍ରେଣୀର ଲୋକଗୁଡ଼ାକ ଅନ୍ଧ ନା କ’ଣ? ଏମାନେ ଭଦ୍ର, ସମ୍ଭ୍ରାନ୍ତ ଲୋକଙ୍କ ସହ ଧକ୍କା ହୋଇ ତାଙ୍କ ମୁଡ଼୍ ବିଗାଡ଼ି କି ଖୁସି ପାଆନ୍ତି କେଜାଣି! ହୁଃ!” ଗାଳି ଦେଲା ଭଳିଆ ସ୍ୱରରେ କେହି ଜଣେ କହିବାର ଶୁଣି ବୀରା ମୁହଁ ଉଠେଇ ତାକୁ ଚାହିଁଲା । ଦେଖିଲା ସୁନ୍ଦର ଝିଅଟେ – ସୁନେଲୀ ରଙ୍ଗର କୁଞ୍ଚକୁଞ୍ଚିଆ ବାଳ, ଆଉ ସୁନ୍ଦର ନୀଳ ଆଖି, ସ୍ଲିଭ୍ଲେସ୍ ଧଳା ପୋଲୋ ସାର୍ଟ ଏବଂ ଛୋଟ ଗୋଲାପୀ ରଙ୍ଗର ସ୍କର୍ଟ ପିନ୍ଧି ସେ ଖୁବ୍ ଅହଂକାରୀ ଭାବରେ ତା’ କଟିଦେଶ ଏପଟ ସେପଟ କରୁଥାଏ । ତା’ ସାଙ୍ଗରେ ଥା’ନ୍ତି
ଆଉ ଦୁଇଟି ସୁନ୍ଦର ଝିଅ ।
ସେ ଝିଅର କଥା ଶୁଣି ବୀରା କିଛି ପ୍ରତିକ୍ରିୟା ପ୍ରକାଶ କରିବା ପୂର୍ବରୁ ସମୀରା ରାଗରେ ଚିତ୍କାର କରି ତାକୁ ପିଟିବାକୁ ଚିହିଁକି ଗଲା । ଝିଅଟା ପଛକୁ ପଳେଇଯାଇ ତା’ ଦି ସାଙ୍ଗଙ୍କ ପଛପଟେ ଲୁଚିଗଲା । ରୋହାନ୍ ବି ସମୀରାକୁ ଧରି ଅଟକେଇ ଦେଲା । ସିଡ଼୍, ରାଗରେ ଫଁ ଫଁ ହେଉଥିବା ବୀରାକୁ ତଳୁ ଉଠେଇ ଦେଲା ।
କ୍ରମଶଃ
Comments are closed.