ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
“ମୁଁ ଭାବୁଛି, ସେ ସ୍ୱପ୍ନଟା ଏପର୍ଯ୍ୟନ୍ତ ତା\’ ମନରୁ ଯାଇନି । ଏମିତିରେ ବି ସେ ଖୁବ୍ ହାଲ୍କା ଫୁଲ୍କା, ଏବଂ ଜମା ବି ସିରିୟସ୍ ନୁହଁ…” ସମୀରା ଚୁପ୍ଚୁପ୍ କରି ସିଡ଼୍କୁ କହିଲା, “ହୁଁ, ମତେ ତ ଏତେ କଥା ଜଣାନାହିଁ । ହଁ ହେଇପାରେ…” ଏତକ କଥା ସିଡ଼୍ ଶେଷ କରିବା ପୂର୍ବରୁ ରୋହାନ୍ ସମୀରା ଆଡ଼କୁ ବୁଲିପଡ଼ି କହିଲା, “ଏଇ ସମୀରା, ତୁମ ଭଉଣୀକୁ କହିଲ, ସେ ମତେ କୁତୁକୁତୁ କରିବା ବନ୍ଦ କରୁ ।” ଅଣନିଃଶ୍ୱାସୀ ହୋଇ ରୋହାନ୍ର ସ୍ୱର କାନ୍ଦିଲା ପରି ଶୁଭୁଥାଏ । ସମୀରା, ବୀରାର ଦୁଇ କାନ୍ଧକୁ ଧରି ହଲାଇଦେଇ କହିଲା, “ହଉ ହେଲା ।
ସେତିକି ଥାଉ । ତାକୁ ମାରିଦେବୁ ନା’ କ’ଣ । ଏଇଠୁ ବନ୍ଦ କର ବାବା ।” ବୀରାର ମନ, ନଥିଲେ ବି ସେ ରୋହାନକୁ ଛାଡ଼ିବାକୁ ବାଧ୍ୟ ହେଲା । “ଆଚ୍ଛା, ଏବେ ଆମେ ସମସ୍ତେ ସିଡ଼୍ ଆଉ ରୋହାନ୍ର ସୁଇଟ୍କୁ ଯିବା । ଆହାଃ! ସେ ମ୍ୟାଙ୍ଗୋ ସ୍ମୁଦି ପିଇବାର ଅନେକ ସମୟ ବିତିଗଲାଣି…” ବୀରା ହସିଦେଇ ବିନତି କଲା ଭଙ୍ଗୀରେ କହିଲା । ହୋଇ ସମୀରା କହିଲା, “ଏଇ, ତୁ ପରା ତାକୁ ଆଜି ସକାଳେ ପିଇଥିଲୁ ।” “ନାଇଁ, ନାଇଁ, ବରଂ ମୁଁ ଏଠି ରୋହାନ୍କୁ ଚେସ୍ରେ ହରାଇବାକୁ ଚାହୁଁଛି,” ମିଠା ହସଟେ ହସି ରୋହାନ ଆଡ଼କୁ ଚାହିଁ ପୁଣି ସମୀରା କହିଲା ।
“ହେ ଭଗବାନ! ଏ ମାହେଶ୍ୱରୀ ଭଉଣୀ ଦି’ଜଣ ମତେ ଏତେ ଘୃଣା କାହିଁକି କରନ୍ତି, ମୁଁ ଜାଣିପାରୁନି । ଛୋଟ ଭଉଣୀ ମିସ୍ ବୀରା – ଅନବରତ କୁତୁକୁତୁ କରି ମତେ ମୃତ୍ୟୁସମ କଷ୍ଟ ଦେଇଚାଲିଥିବାବେଳେ, ବଡ଼ ଭଉଣୀ ମିସ୍ ସମୀରା, ତା’ ନିରନ୍ତର ବଦମାସୀରେ ମତେ ମୃତ୍ୟୁଯାଏଁ ଟାଣି ଚାଲିଛନ୍ତି । ହେ ଭଗବାନ୍! କେବଳ ମତେ ହିଁଁ ପାଇଚ!” କାଉଚ୍ରୁ ଗୋଟିଏ ତକିଆ ଆଣି ମୁହଁ ମାଡ଼ି ବିକଳ ସ୍ୱରରେ ରୋହାନ୍ କହି ଉଠିଲା । ସିଡ଼୍ ଓ ସମୀରା ଖୁବ୍ ଜୋର୍ରେ ହସିଉଠିଲେ । ବୀରା ରୋହାନ୍ କାନ ପାଖରେ ଖୁବ୍ ଜୋରରେ ଚିଲ୍ଲେଇବାରୁ, ରୋହାନ୍ ପୁଣି ବିରକ୍ତ ପ୍ରକାଶ କଲା । ତା’ପରେ ଚାରିଜଣଯାକ ଉଠି, ସିଡ଼୍ ଓ ରୋହାନଙ୍କ
ଡିଲକ୍ସ ସୁଇଟ୍କୁ ଚାଲିଲେ ।
କ୍ରମଶଃ
Comments are closed.