Latest Odisha News

ପୂର୍ବ କାଳରୁ ଝିଅମାନ ୧୭ ବର୍ଷର ମାଆ ହେଉଥିଲେ, ଗର୍ଭପାତ ସମ୍ପର୍କିତ ମାମଲାର ଶୁଣାଣି କରି ଏପରି କହିଲେ କୋର୍ଟ

ଗାନ୍ଧୀନଗର: ଗର୍ଭପାତ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଗୁଜରାଟ ହାଇକୋର୍ଟ ଯେଉଁ ବୟାନ ଦେଇଛନ୍ତି ତାକୁ ନେଇ ଚର୍ଚା ହେଉଛି। ପୂର୍ବ କାଳରେ ଝିଅମାନେ ୧୪-୧୫ ବର୍ଷରେ ବିବାହ କରୁଥିଲେ। ୧୭ ବର୍ଷରେ ମାଆ ହେଉଥିଲେ ବୋଲି କହିଛନ୍ତି କୋର୍ଟ। କେବଳ ସେତିକି ନୁହେଁ ଏକିଲଙ୍କୁ ମନୁ ଶ୍ରୁତି ପଢ଼ିବାକୁ ମଧ୍ୟ ଅନୁରୋଧ କରିଛନ୍ତି।

ଗୁରୁବାର ଗର୍ଭପାତ ଜନିତ ଏକ ମାମଲାରେ ଶୁଣାଣି କରି ଏପରି କହିଛନ୍ତି ଗୁଜରାଟ ହାଇକୋର୍ଟ। ସୂଚନା ଅନୁସାରେ, ଜଣେ ଦୁଷ୍କର୍ମୀ ପୀଡ଼ିତା ୧୭ ବର୍ଷୀୟା ନାବାଳିକା ତାଙ୍କର ୭ ମାସର ଗର୍ଭପାତ କରାଇବାକୁ କୋର୍ଟରେ ଆବେଦନ କରିଥିଲେ।

୭ ମାସର ଗର୍ଭବତୀ ହେବା ପରେ ଦୁଷ୍କର୍ମ ପୀଡ଼ିତାଙ୍କ ବାପା ଏକଥା ଜାଣିବା ପରେ ଝିଅର ବୟସ କମ ଦର୍ଶାଇ ଗର୍ଭପାତ କରାଇବାକୁ କୋର୍ଟରେ ଆବେଦନ କରିଥିଲେ।

ଏହି ସମ୍ପର୍କରେ ନାବାଳିକାଙ୍କର ଓକିଲ ତର୍କ ରଖିବାରୁ କୋର୍ଟ କହିଥିଲେ “ପୁରାତନ ସମୟରେ ୧୪-୧୫ ବର୍ଷ ବୟସରେ ବିବାହ କରି ୧୭ ବର୍ଷ ପୂର୍ବରୁ ମାଆ ହେବା ଏକ ସାଧାରଣ କଥା ଥିଲା। ଆପଣ ଏହା ପଢ଼ି ନାହାଁନ୍ତି। ଏଥିପାଇଁ ଥରେ ମନୁଶ୍ରୁତି ପଢ଼ନ୍ତୁ।”

ଡାକ୍ତର ଅଗଷ୍ଟ ୮ ତାରିଖକୁ ଡେଲିଭରି ଡେଟ୍ ଦେଇଛନ୍ତି। ଏଥିପାଇଁ ନାବାଳିକା ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ ସିକନ୍ଦର ସୟଦ ମାମଲାର ଶୀଘ୍ର ଶୁଣାଣି ପାଇଁ ଦାବି କରିଛନ୍ତି। ତେବେ କୋର୍ଟ କିନ୍ତୁ ସ୍ପଷ୍ଟ କହି ଦେଇଛନ୍ତି ଯେ ଯଦି ମାଆ ଓ ପିଲା ସୁସ୍ଥ ଥିବେ ତେବେ କୌଣସିମତେ ଗର୍ଭପାତ କରିବାକୁ ଅନୁମତି ଦିଆଯିବନି।

ତେବେ ନାବାଳିକାଙ୍କର ଡାକ୍ତରୀ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସିଭିଲ୍ ହସ୍‌ପିଟାଲ୍‌ର ଏକ ଡାକ୍ତରଙ୍କ ପ୍ୟାନେଲ୍‌ ଗଠନ କରି ନାବାଳିକାଙ୍କର ପରୀକ୍ଷା କରାଇବାକୁ ରାଜକୋଟ ସିଭିଲ୍ ହସ୍‌ପିଟାଲ୍‌କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତର ଟିମ୍ ରିପୋର୍ଟ ପ୍ରଦାନ କରିବା ପରେ କୋର୍ଟ ରାୟ ଶୁଣାଣିବେ। ପରବର୍ତ୍ତି ଶୁଣାଣି ଜୁନ ୧୫ ତାରିଖରେ ହେବ।

Leave A Reply

Your email address will not be published.