ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ରୋହାନ୍ ଓ ସମୀରା ତାଙ୍କ ସୁଇଟ୍ କବାଟକୁ ବନ୍ଦ କରି ଆସୁଥିବାବେଳେ, ବୀରାକୁ ଅତ୍ୟନ୍ତ ବିବ୍ରତ ହେଇପଡ଼ୁଥିବାର ଦେଖି ସିଡ଼୍ ତାକୁ ଅତି ଧୀର ସ୍ୱରରେ ପଚାରିଲା, “ଏତେ ବ୍ୟସ୍ତ କାଇଁ ଲାଗୁଛ? ସବୁ ଠିକ୍ଠାକ ତ?” । ବୀରା କହିଲା, “ମୁଁ ଠିକ୍ ଭାବେ ଜାଣିନି… କିନ୍ତୁ ପ୍ରଥମରେ ସେ ସ୍ୱପ୍ନ, ଆଉ ଏବେ ଏ ବେଲ୍… ମତେ ଭାରି ଭୟ ଲାଗୁଛି ସିଡ଼୍ ।” ସିଡ଼୍, ତା’ କାନ୍ଧରେ ହାତରଖି, ଆଶ୍ୱାସନା ଦେଇ କହିଲା, “ଜମା ବ୍ୟସ୍ତ ହୁଅନି । ତୁମର ଜମା କିଛି ଅସୁବିଧା ହେବନି । ମତେ ଲାଗୁଛି, ଏଇଟା ସେଇ ଗୋଟେ ଅଭ୍ୟାସ ଡ୍ରିଲ୍ ହିଁ ହୋଇଥିବ, ଯେମିତି ସାର୍ମାନେ ଆମକୁ କ୍ଲାସ୍ରେ ସର୍ପ୍ରାଇଜ୍ ଟେଷ୍ଟ୍ ଦିଅନ୍ତି ।” ଏକଥା ଶୁଣି ବୀରା
ସାମାନ୍ୟ ହସିବା ପରେ ଲାଗୁଥିଲା ଯେମିତି ତା’ର ବ୍ୟସ୍ତତା କିଛିମାତ୍ରାରେ କମିଯାଇଛି ।
ନିଜ ନିଜର ପ୍ରସ୍ଥାନ ଦ୍ୱାର ଦେଇ ବାହାରିଯିବାକୁ ଚାରିଜଣଯାକ ଅଲଗା ହେଇଗଲେ ଏବଂ ଦ୍ୱିତୀୟ ଡେକ୍ରେ ଏକାଠି ହେଲା ବେଳକୁ ଚାରିଆଡ଼େ ଅନେକ କୋଳାହଳ । ଭୟଭର୍ଚାି ଚିତ୍କାର ଓ ଲାଇଫ୍ବୋଟ୍ର ତଳକୁ ଖସା ଯାଉଥିବାର ଶବ୍ଦ ସହ ରକେଟ୍ ଫୁଟିବାର ଗର୍ଜନ । ମୁହୂର୍ଚାକ ପାଇଁ ଲାଗିଲା ଯେମିତି ରକେଟ୍ଟି ସେ ଚାରିଜଣଙ୍କ ଦେହରେ ମାଡ଼ ହୋଇଯିବ : ଏକଥା ସ୍ପଷ୍ଟ ହୋଇଗଲା ଯେ ଏ କୌଣସି ଡ୍ରିଲ୍ ନୁହେଁ, ବରଂ ବାସ୍ତବତା ହିଁ । ଜାହାଜ ଧୀରେ ଧୀରେ ଡୁବି ଚାଲିଥିଲା, ଠିକ୍ ଯେମିତି ଗୋଟିଏ ଚେତାବନୀ ଭାବରେ ବୀରା ସ୍ୱପ୍ନ ଦେଖିଥିଲା । ଆଉ ଶେଷ କେଇ ଘଚାା ବୋଧେ ଜାହାଜରେ ବିତେଇବାର ସୁଯୋଗ ମିଳିବ ।
ଏତିକିବେଳେ ହଠାତ୍ ବୀରା ଶୁଣିପାରୁ ଥିଲା, ସମୀରାର ବାଷ୍ପରୁଦ୍ଧ ଚିତ୍କାର । ରୋହାନ୍ ଏବଂ ସିଡ଼୍ ଅଭିସମ୍ପାତ ଦେଉଥା’ନ୍ତି । ମାତ୍ର ବୀରା ମୁହଁକୁ କିଛି ପ୍ରତିକ୍ରିୟା ସ୍ଫୁରୁ ନଥାଏ । ଏକ ଅଦ୍ଭୁତ ଭୟ ଏବଂ ଦୁଃଖ ତା’ର ଦେହ ଏବଂ ମସ୍ତିଷ୍କକୁ ସ୍ଥବିର କରିଦେଉଥାଏ ଯେମିତି । ସମୀରା କିଛି କହିପାରିବା ଅବସ୍ଥାରେ ପହଞ୍ଚି କ’ଣ କହିବାକୁ ହେଉଥିବା ବେଳେ, ରେଲିଂ ପାଖରେ ଥିବା ଖୁମ୍ବଟିଏ ଜୋର୍ରେ ଝଟ୍କା ଖାଇ ଭାଙ୍ଗିପଡ଼ିଲା । ବିକଳ ଚିତ୍କାର କରି ଲୋକମାନେ ପ୍ରାଣ ବଞ୍ଚେଇବାକୁ ଏଣେତେଣେ ଧାଉଁଥା’ନ୍ତି । ସେ ଖୁମ୍ବ ତଳେ ଛିଡ଼ା ହୋଇଥିବା ଏ ଚାରିଜଣ ସେଠୁ ନିଜକୁ ବଞ୍ଚାଇବା ପାଇଁ ଚେଷ୍ଟା କରିବା ଭିତରେ ବୀରା, ସିଡ଼୍ ଓ ରୋହାନ୍ ନିଜକୁ ସୁରକ୍ଷିତ ଭାବରେ ବଞ୍ଚେଇ ପାରିଥିଲା ବେଳେ, ସମୀରା ଏତେଟା ଭାଗ୍ୟବତୀ ନଥିଲା ।
କ୍ରମଶଃ
Comments are closed.