ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
“ଗୋଟେ କଥା କହିବି – ମୋ’ ଜାଣିବାରେ ତୁ ସବୁଠାରୁ ଅବିଶ୍ୱାସୀ ପିଲା । ଆଉ ମୋ’ ଦୁର୍ଭାଗ୍ୟ ମୁଁ ତୋ’ ସହିତ ସମ୍ପର୍କିତ ଯିଏ ନିଜ ଭଉଣୀକୁ ସୁରକ୍ଷା ଦେବାକୁ ସାହସ ବି କରିପାରେନି ।” ବୀରା କହିଲା ।
“ଆରେ, ମୁଁ ଖୁବ୍ ଡରିଯାଇଥିଲିରେ । ବାପାଙ୍କ ରାଗ ଦେଖି । କିଛି ବୁଝି ପାରିଲିନି କ’ଣ ଏସବୁ ଘଟୁଛି । ତୁ ବିଶ୍ୱାସ କରିପାରିବୁନି, ମୁଁ ନିଜକୁ କେତେ ଦୋଷୀ ମନେ କରୁଛି । ପ୍ଲିଜ୍, ମତେ କ୍ଷମା କରିଦେ ବୀରା । ମୁଁ ଜାଣେ ଦୋଷ ମୋ’ର । ମାତ୍ର ମୁଁ ଏକଥା ବି ଜାଣେ ଓ ଆଶା କରେ ଯେ ତୁ ମୋ’ ଅବସ୍ଥା ବୁଝୁଥିବୁ ।” ସମୀରା କହିଲା ।
“ଆଉ ତୁ ଏକଥା ବି ଜାଣିନେ ଯେ ବାବା, ମାମାଙ୍କ ସାମ୍ନାରେ ପୁରା ଥାଳିଟା ନଷ୍ଟ କଲାବେଳେ ମୁଁ ଆଦୌ ଡରିନଥିଲି ।”
ବୀରା କହୁଥଲା “ହୁଁ, ତୁ ଖୁବ୍ ସାହସୀ”, ସମୀରା କହୁକହୁ ବୀରା ଆରମ୍ଭ କଲା, “ନା । ଇଏ ସାହସର କଥା ନୁହେଁ, ବିଶ୍ୱାସର କଥା । ବିଶ୍ୱାସ ଥିଲା ଯେ ତୁ ମୋ’ପଟେ ବାହାରିବୁ । ଏ ବିଶ୍ୱାସ ବି ଥିଲା କି ତୁ ଭୟରେ ପଛଘୁଞ୍ଚା ଦେବୁନି ବା ମତେ ସେପରି ଅବସ୍ଥାରେ ଛାଡ଼ି ଯିବୁନି । ଏଇଟା ହିଁ ବିଶ୍ୱାସ ।”
ଏଥର ସମୀରା କାନ୍ଦି ପକେଇଲା । “ମତେ କ୍ଷମା କରିଦେ ବୀରା, ପ୍ଲିଜ୍ ।”
ତା’ର ବିକଳ କାନ୍ଦ ଓ ଆଖିରେ ଲୁହ ଦେଖି ବୀରା ଚକିତ ହୋଇଗଲା । ସାଙ୍ଗେସାଙ୍ଗେ ତାକୁ ସାନ୍ତ୍ୱନା ଦେଇ କହିଲା ଯେ ସେ ତା’ ଉପରେ ସତରେ ରାଗିନି । ଉଭୟ ଉଭୟଙ୍କୁ ଖୁସିରେ କୋଳେଇ ଧରିଚନ୍ତି କି ନାହିଁ ମାମାଙ୍କ ପାଟି ଶୁଭିଲା । “ପିଲାମାନେ, ଖାଇବା ସରିଲା, ନା ମୁଁ ଯିବି ତୁମକୁ ଖୁଆଇଦେବି ।”
Comments are closed.