Latest Odisha News

ଆଜି ରାଷ୍ଟ୍ରପତି ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ

ମୟୂରଭଞ୍ଜ: ଆଜି ହେଉଛି ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତର ତୃତୀୟ ଦିନ ବା ଅନ୍ତିମ ଦିନ । ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ।

ସକାଳ ୯ଟା ୪୦ରେ ସର୍କିଟ ହାଉସରୁ ବାହାରି ବାରିପଦା ତକତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପହଁଞ୍ଚିବେ ରାଷ୍ଟ୍ରପତି । ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ୧୦ଟା ୧୫ରୁ ୧୧ଟା ପର୍ଯ୍ୟନ୍ତ ଆଦିମ ଜନଜାତି ସମ୍ପ୍ରଦାୟର ଲୋକଙ୍କ ସହ ମିଶିବେ । ପରେ ୧୧ଟା ୧୫ରୁ ୧୨ଟା ୧୫ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବର ମୁଖ୍ୟ ଅତିଥି ଭାବେ ଉଦବୋଧନ ଦେବେ । ୧୨ଟା ୨୫ରେ ସେଠାରୁ ବାହାରି ବାରିପଦା ହେଲିପ୍ୟାଡ୍‌ରୁ କୋଲେଇକୁଣ୍ଡା ଦେଇ ପାଲମ ଏୟାରପୋର୍ଟ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

ଗତକାଲି ୨ୟ ଦିନରେ ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିଥିଲେ ରାଷ୍ଟ୍ରପତି  । ରାଷ୍ଟ୍ରପତିଙ୍କର ଏହି ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏଥିସହ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ ରଖାଯାଇଥିଲା । ରାଷ୍ଟ୍ରପତିଙ୍କ ସହ ପୁଲିସ ଡିଜି ଏବଂ ପରିବାର ଲୋକେ ମଧ୍ୟ ଶିମିଳିପାଳ ଯାଇଥିଲେ । ରାଷ୍ଟ୍ରପତି ଗତକାଲି ଚହଲାରେ ପହଞ୍ଚିବା ପରେ ଆଦିବାସୀ ପରମ୍ପରା ଅନୁସାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପରେ ପ୍ରସ୍ତୁତ ଥିବା ଏବହ ସ୍ୱତନ୍ତ୍ର ସଫାରି ଯୋଗେ ଶିମିଳିପାଳ ଉଦ୍ୟାନ ବୁଲିଥିଲେ ରାଷ୍ଟ୍ରପତି । ଅଭୟାରଣ୍ୟକୁ ଯାଇ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ବାଘ, ହାତୀ ଏବଂ ଅନ୍ୟାନ୍ୟ ଜୀବଜନ୍ତୁ ଦେଖିଥିଲେ । ଅଭୟାରଣ୍ୟରେ ଥିବା ଚହଲାଠାରେ ମଧ୍ୟାହ୍ନ ଭୋଜନ କରିଥିଲେ ।

Leave A Reply

Your email address will not be published.