ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
“ତମେ କ’ଣ କିଛି ଖାଇବ ବୀରା?”, ଏ ପ୍ରଶ୍ନର ଉଚାରରେ ମୁଣ୍ଡ ହଲେଇ ବୀରାnମନା କରୁଥିଲେ ବି ରୋହାନ୍ ତିନି ପ୍ଲେଟ୍ ଜଳଖିଆ ପାଇଁ ୱେଟର୍କୁ ବରାଦ ଦେଇ ସେnଦୁହିଁଙ୍କୁ ସାଙ୍ଗରେ ଧରି ଜାହାଜର ମୁଖ୍ୟ ପ୍ରବେଶ ଦ୍ୱାର ଆଡ଼କୁ ଗଲା । ସେଠି ପହଞ୍ଚିବା ପରେ ସିଡ଼୍ କହିଲା, “ମୁଁ ଭାବୁଥିଲି ଯେ ଯଦି ଆମ ଲାଇଫ୍ ବୋଟ୍ ଆମକୁ ନିରାପଦରେ ଆଣି ଏସ୍.ଏସ୍. ମରିନାରେ ପହଂଚେଇଦେଇ ପାରିଲା, ତେବେ ଏଇଟି ପୁଣି ଥରେ ଆମ ରୟାଲ ୟୁରେକାକୁ ଯାଇ ଆଉ ଦଳେ ଯାତ୍ରୀଙ୍କୁ ଆଣିପାରିବ ନାହିଁ କାହିଁକି?”
“ସେମିତି ହୁଏନି ସିଡ଼୍ । ଏସ୍.ଏସ୍. ମରିନା କ\’ଣ ସେ ଜାହାଜର ସବୁଯାତ୍ରୀଙ୍କ ବୋଝ ବୋହିପାରିବ? ତା’ ନିଜର ବି ଯାତ୍ରୀ ଅଛନ୍ତି ନା! ଆମ ଜାହାଜ ଗୋଟେ ନିର୍ଦ୍ଦିଷ୍ଟ ପରିସୀମା ଭିତରେ ଥିବା ସବୁ ଜାହାଜଙ୍କ ସହ ସାହାଯ୍ୟ ପାଇଁ ସମ୍ପର୍କ କରିଥିବ । ସେ ଜାହାଜମାନେ ବି ନିର୍ଦ୍ଦିଷ୍ଟ ସଂଖ୍ୟକ ଯାତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ ଜଣାଇ ଦେଇଥିବେ ।” ରୋହାନ୍ ଏମିତି ବୁଝେଇଥିଲେ ବି ସିଡ଼୍ ମାନିପାରୁନଥାଏ । ମାତ୍ର ସନ୍ତୁଷ୍ଟ ଥିଲା ପରି ମୁଣ୍ଡ ହଲଉଥାଏ ।
ଏ ଦୁଇଭାଇଙ୍କ ଭିତରେ ଚାଲିଥିବା କଥାବାର୍ତ୍ତାର ଶବ୍ଦଟିଏ ବି ବୀରା ଶୁଣୁଥିବା ପରି ମନେ ହେଉ ନଥିଲା । “ସବୁ ବୁଝିପାରିଥିଲା ଭଳି ମୁଣ୍ଡହଲେଇ ମତେ ଚାହିଁବା ଦରକାର ନାହିଁ । ମୁଁ ଜାଣେ ତୁ ଏବେ ବି ଦ୍ୱନ୍ଦରେ ଅଛୁ । ଠିକ୍ ଅଛି, ଆଉ କ’ଣ ପଚାରିବୁ?” ରୋହାନ୍ ଏ କଥା ସିଡ଼୍କୁ କହୁଥିଲାବେଳେ ଦେଖିପାରିଲା ବୀରା ଅଳ୍ପ ଅଳ୍ପ ହସୁଛି । କିନ୍ତୁ ସେ ତା’ କଥା ଶୁଣି ହସୁଥିଲା,କି ତା’ ନିଜ ସ୍ମୃତି ରୋମଂଥନରୁ, ସେ କଥା ରୋହାନ୍କୁ ଅଜଣା ଥିଲା ।
“ଥ୍ୟାଙ୍କ୍ସ୍ ବ୍ରୋ! ତମେ ସବୁବେଳେ ମୋ’ କଥା ଠିକ୍ ଠିକ୍ ବୁଝିପାର । ଆଚ୍ଛା ଜେମ୍ସ୍ କ୍ୟାମେରନ୍ଙ୍କ ସୁପର୍ହିଟ୍ ଫିଲ୍ମ୍ “ଦି ଟାଇଟାନିକ୍” ମନେ ଅଛି?” ସିଡ଼୍ କହିଲା ।
ଭ୍ରୁଲତାକୁ ଉପରକୁ ଉଠେଇ ସାଙ୍କେତିକ ଭାବେ ରୋହାନ୍ କହିଲା, “ହଁ, ମୋ’ର ମନେ ଅଛି, ଭଲ ଭାବରେ ମନେଅଛି । ଏଇ ଛଅ ମାସ ହେବ, ଆମେ ସିନେମାଟିକୁ ନେଟ୍ଫ୍ଲିକ୍ସରେ ଦେଖିଥିଲେ ।” ଏକଥା କହିବାବେଳେ ରୋହାନ୍ କିଛି ନଶୁଣି ବି ଅନୁମାନ କରିପାରୁଥିଲା ସିଡ଼୍ର ପରବର୍ତ୍ତୀ ପ୍ରଶ୍ନ କ’ଣ ହେବ!
କ୍ରମଶଃ
Comments are closed.