ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
“ହଁ ! ଆମେ ଦେଖିଥିଲେ? ତା\’ହେଲେ ଯାତ୍ରୀଙ୍କୁ ଖଲାସ କରିବାର ପ୍ରକ୍ରିୟା ସେ ସିନେମାରେ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଦେଖେଇବାର କାରଣ କ’ଣ?” ସିଡ଼୍ ପଚାରିଲା । “ହଁ, ପ୍ରଥମ କଥା ହେଲ, ଟାଇଟାନିକ୍ ଜାହାଜଟି ୧୯୧୨ ମସିହାରେ ବୁଡ଼ିଥିଲା, ଆଉ ସେତେବେଳର ଜ୍ଞାନ କୌଶଳ ଏତେଟା ଉନ୍ନତ ନଥିଲା । ଦ୍ୱିତୀୟତଃ, ସେତେବେଳେ ଶ୍ରେଣୀ- ବୈଷମ୍ୟ ମଧ୍ୟ ପ୍ରବଳ ଥିଲା । ପ୍ରଭାବଶାଳୀ ପରିବାରର ଲୋକମାନେ ତାଙ୍କ ସୁସଂହତ ଯୋଗସୂତ୍ର ବଳରେ, ଜାହାଜର ଅଧିକାରୀମାନଙ୍କୁ ପ୍ରଭାବିତ କରି ଲାଇଫ୍ବୋଟ୍ରେ ନିଜ ପାଇଁ ସ୍ଥାନ ସୁରକ୍ଷିତ କରିନେଇଥିଲେ । ଏଇଟା ବି ଗୋଟେ ସାଧାରଣ କଥା ଯେ ସେତେବେଳେ ଜାହାଜରେ ଥିବା ଲାଇଫ୍ବୋଟ୍ ସମସ୍ତ ଦୁଇହଜାର ଦୁଇଶହ ତେଇଶ ଜଣ ଯାତ୍ରୀଙ୍କ ନିମନ୍ତେ ଯଥେଷ୍ଟ ନଥିଲା । ପ୍ରାୟ ପଚାଶ ଷାଠିଏ ଯାତ୍ରୀଙ୍କ ଓଜନ ସମ୍ଭାଳିବା ଭଳି ଲାଇଫ୍ବୋଟ୍ ଗୁଡ଼ିକୁ ତିଆରି କରା ଯାଇଥିଲା । କିନ୍ତୁ ପ୍ରକୃତରେ ଅଧା ଲାଇଫ୍ବୋଟ୍ରେ କ୍ଷମତା ମୁତାବକ ଯାତ୍ରୀ ନ ଥାଇ ବି ସେଗୁଡ଼ିକ ଚାଲି ଆସିଥିଲା ।” ରୋହାନ୍ ବୁଝେଇ କହିଲା ପହଞ୍ଚିଲା ପରେ କ\’ଣ କରିବା?” ।
ତା’ ବ୍ୟସ୍ତତା ଦେଖି ରୋହାନ୍ ବ୍ୟସ୍ତ ହୋଇ କହିଲା, “ଆମେ ଆଗ ଡାଡ଼ି ଓ ମମ୍ମିଙ୍କୁ ଯୋଗାଯୋଗ କରିବା । କେପ୍ଟାଉନ୍ରୁ ଦିଲ୍ଲୀ ଯିବାପାଇଁ ଦୁଇଟି ଉଡ଼ାଜାହାଜ ଟିକେଟ୍ ବୁକ୍ କରିବା ପାଇଁ କହିବା । ମୂଳଯୋଜନା ଅନୁସାରେ ଆମେ ମୁମ୍ବାଇରେ ପହଞ୍ଚିଲା ପରେ, ସେମାନେ ଆସି ଆମକୁ ନେଇ ସାଙ୍ଗ ହେଇ ଦିଲ୍ଲୀ ଫେରିଥା’ନ୍ତେ । କିନ୍ତୁ ବର୍ତ୍ତମାନର ପରିସ୍ଥିତି ପୁରା ଭିନ୍ନ ନା!”
“ବୀରା କ’ଣ କରିବ?” ସିଡ଼୍ ପଚାରିଲା, ବେଳେବେଳେ, ସିଡ଼୍ ମନଭିତରେ ପ୍ରତ୍ୟେକ ଜିନିଷ ପ୍ରତି ଅନ୍ତହୀନ ଉତ୍କଣ୍ଠା ସୃଷ୍ଟି ହୁଏ । ତାକୁ ଲକ୍ଷ୍ୟ କରିପାରି ରୋହାନ୍ କହିଲା, “ହଁ, ଅଙ୍କଲ ଏବଂ ଆଣ୍ଟି ତା’ ବିଷୟରେ ନିଷ୍ପତ୍ତି ନେବେ ।”
“କିନ୍ତୁ ଯଦି ସେମାନେ… ବଞ୍ଚି ନଥା’ନ୍ତି…
ତା’ହେଲେ…” ଅନୁଚ୍ଚ ସ୍ୱରରେ ସିଡ଼୍ ପଚାରିଲା ।
କ୍ରମଶଃ
Comments are closed.