ଗଦାଧର ସାହୁ
ରତ୍ନ ସିଂହାସନ
ଖାଲି ଖାଲି ଲାଗେ
ଆସ ହେ ମଣିମା ଆସ,
ଶୀରି ମନ୍ଦିରର
ଶିରି ବଢାଇବ
ତୁମରି ଅଧର ହସ ।
ଭାଇ ଭଉଣୀଙ୍କୁ
ସଙ୍ଗତରେ ନେଇ
କାହିଁ ଯାଇଥିଲ କୁହ,
ପ୍ରଶ୍ନ ପଚାରିବେ
କବାଟ କିଳିକି
ଲକ୍ଷ୍ମୀଙ୍କୁ ଉତ୍ତର ଦିଅ ।
ପ୍ରଶ୍ନର ଉତ୍ତର
ଭାବିଚିନ୍ତି ଦେବ
ରାଗେ ଜରଜର ଲକ୍ଷ୍ମୀ,
ଏତେ ଦିନ ହେଲା
ଏକା ରହିଛନ୍ତି
ମନେ ମନ ଦୁଃଖ ଚାପି ।
ଦେଢଶୁର ବୋଲି
ବଡ଼ଠାକୁରଙ୍କୁ
ବାଡ ପକେଇବେ ନାହିଁ,
ତୁମ ସୁନାନାକୀ
ଶୁଭଦ୍ରା ଭଉଣୀ
ସକେଇବ ଗାଳି ଖାଇ ।
ସବୁଠାରୁ ବେଶି
ମାନ ଅଭିମାନେ
ତୁମ ସହ ହେବ କଳି,
ଦାମ୍ପତ୍ଯ କଳହ
ସଂସାରର ସାର
ଘର ସଜାଡଇ ବୋଲି ।
ଲକ୍ଷ୍ମୀ ନାରାୟଣ
ବଚନିକା ଭାବେ
ଘରେ ଘରେ ଜଣାଶୁଣା,
କାହାର ଉତ୍ତର
କିଭଳିଆ ଦେବ
ନହୋଇବ ମନ ଉଣା ।
ମନଉଣା ଭାବ
ସହଜେ ଲାଘବ
ଶାଢୀ ଚୁଡି ଆଣିଥିବ,
ସ୍ବାମୀର ସନ୍ତକ
ସଧବା ପଦକ
ମାନ ଭଞ୍ଜନ ହୋଇବ ।
ରସଗୋଲା ଖୋଇ
ଭାବ ରସେ ମୋହି
ହାତ ଧିରେ ଧରି ଦେବ,
ନିଳାଦ୍ରୀ ବିଜୟ
ସହଜେ ହୋଇବ
ଷାଠିଏ ପୌଟି ଭୁଞ୍ଜିବ ।
ବ୍ରହ୍ମଗିରି, ପୁରୀ