ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ବୀରା! ସିଆଡ଼େ କୁଆଡ଼େ ଯାଉଛ?”
ପଛପଟୁ ରୋହାନ୍ର ଡାକରେ ବୀରା ତା’ ଯନ୍ତ୍ରଣା ସିକ୍ତ ସ୍ମୃତି ରୋମନ୍ଥନରୁ ଫେରିଆସି ପଛକୁ ଚାହିଁଲା । ନିଜ ଭାବନାରେ ହଜିଯାଇ, ତାଙ୍କ ଟାକ୍ସି ଛିଡ଼ା ହୋଇଯିବା ସ୍ଥାନରୁ ସେ ଆହୁରି ଆଗକୁ କେତେବେଳେ ଚାଲିଯାଇଥିଲା, ବୀରା ଜାଣିପାରି ନଥିଲା ।
ମିଃ. ପରିମଲ, ତାକୁ ଫେରି ଆସିବାକୁ ପଛକୁ, ହାତଠାରି ଇଶାରା ଦେଉଥିଲେ । ଟିକେ ଅପ୍ରସ୍ତୁତ ହୋଇଯାଇ ବୀରା କହିଲା, “ହଁ, ଅଙ୍କଲ୍ । ଆସୁଛି ଆସୁଛି ।” ଟାକ୍ସିର ଡୋର୍ ଖୋଲୁଖୋଲୁ ସିଡ଼୍ ବୀରାକୁ କହିଲା, “ତମ ଭାବନା ସକାଶେ ବି ସେ ଯେତିକ ଲୁହ ଝରେଇଛି, ତା’ଠାରୁ ଅନେକ ଅଧିକ ଲୁହ ତା’ ଆଖିରୁ ଝରିଚାଲିଛି ଏଇ ଦୁଇତିନି ସପ୍ତାହ ହେଲା ।
ଟାକ୍ସିର ଡୋର୍ ଖୋଲୁଖୋଲୁ ସିଡ଼୍ ବୀରାକୁ କହିଲା, “ତମ ଭାବନା ସକାଶେ ବି ପଇସା ଦେବାକୁ ପଡ଼ିବ ।”
ଗାଡ଼ି ଭିତରେ ବସୁ ବସୁ ବୀରା ଧୀରକଣ୍ଠରେ କହିଲା, “ତମକୁ ଦେବାପାଇଁ ମୋ’ ପାଖରେ କିଛି ବି ନାହିଁ ।” ରୋହାନ୍, ସିଡ଼୍ ଏବଂ ବୀରା ତିନିଜଣଯାକ ଟାକ୍ସିର ପଛ ସିଟ୍ରେ ଖୁନ୍ଦାଖୁନ୍ଦି ହୋଇ ବସିଲେ । ତା’ ବ୍ୟାଗ୍ଟିକୁ ଗାଡ଼ିର ଡିକିରେ ନ ରଖି ସିଡ଼୍ ସାଙ୍ଗରେ ଧରି ବସିବାକୁ ଜିଦ୍ କରିବାରୁ, ବସିବା ପାଇଁ ଟିକେ ଅସୁବିଧା ହେଉଥାଏ । ସାମ୍ନାରେ ଡ୍ରାଇଭର ପାଖ ସିଟ୍ରେ ବସି ମିଃ. ପରିମଲ ପଛକୁ ଚାହିଁ ପଚାରିଲେ, “ତମେ ଠିକ୍ରେ ବସିପାରୁଛ ତ ବୀରା ?
ଚା’ ଦୋକାନର ସେଇ ବେଞ୍ଚ ଉପରେ ବସି ତା’ ପାପୁଲି ଦୁଇଟିକୁ ସେମିତି ଚାହିଁ ରହିଥାଏ ବୀରା । ଅନ୍ୟମନସ୍କତାରେ ଏପରି ବସିଥିବାର ଦେଖି କିଛି ଅସ୍ୱାଭାବିକତାକୁ ଅନୁମାନ କରିନେଲା କେଶର । “ଆଉ \’ଣ ଦରକାର କି, ଦିଦି ?” ସେ ପଚାରିଥିବା ଏ ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ବୀରା କିଛି ଦେଇ ନଥିଲା ।
କ୍ରମଶଃ
Comments are closed.