ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ଟ୍ୟାକ୍ସିଟେ ଧରି ଘରକୁ ମୁହାଁଇଲା । ସେ ଚାଲିଗଲା ପରେ ପାର୍କର ଏକ ବେଞ୍ଚ ଉପରେ ବସି ଦୁଇ ହାତରେ ନିଜ ମୁହଁ ଗୁଞ୍ଜି ଦେଇ ସିଡ଼୍ କହିଲା, “ମୁଁ ସବୁକିଛି ବରବାଦ୍ କରିଦେଲି ନା!”
ସେ ତା’ର ଅଲରା ବାଳ ଭିତରେ ଆଂଗୁଠି ଚଳେଇ ତା\’ ଆଖି ମଳୁଥାଏ । ପାଖକୁ ଯାଇ ବୀରା ତା’ କାନ୍ଧରେ ହାତ ରଖି କହିଲା, “ଶୁଣ ସିଡ଼୍, ତମେ କିଛି ବି ବରବାଦ୍ କରିନ । ସ୍ୱପ୍ନ ଦେଖିବା କିମ୍ବା ସ୍ୱପ୍ନ ବିଷୟରେ ଆଲୋଚନା କରିବା କିଛି ଖରାପ କଥା ନୁହେଁ । ଏଇଟା ବରଂ ଜଣକର ଜନ୍ମଗତ ଅଧିକାର । କିନ୍ତୁ ଯେଉଁଭଳି ଭାବରେ ତମେ ପରିସ୍ଥିତିର ମୁକାବିଲା କଲ, ସେଇଟା ଠିକ୍ ଥିଲା ବୋଲି ମୁଁ ଭାବୁନି । ଟିକେ ଅଧିକ ପରିପକ୍ୱତାର ସହ, ଆଉ ଟିକେ ଭଲ ବାଗରେ ଏଇଟା କରାଯାଇପାରିଥାଆନ୍ତା । ଏ ପ୍ରକାରର ଘଟଣା ପାଇଁ ସମୟ ଓ ଧୈର୍ଯ୍ୟ ଆବଶ୍ୟକ, ଏସବୁ ଗୋଟିଏ ମିନିଟ୍ରେ ହୋଇଯାଏ ନାହିଁ । ରୋହାନ୍ ଏକଥା ଗ୍ରହଣ କରିବା ପାଇଁ ତାକୁ ଆଉ କିଛି ସମୟ ଦେବା ଦରକାର । ଆଉ ମୁଁ ଦୃଢ଼ ନିଶ୍ଚିତ ଯେ ଦିନେ ନା ଦିନେ ସେ ଗ୍ରହଣ କରି ନେବ ।”
ପାପୁଲିରେ ସେମିତି ମୁହଁ ରଖି ଅସ୍ପଷ୍ଟ ଭାବରେ ସିଡ଼୍ କହିଲା, “ଭାଇ ଯଦି ନ ମାନନ୍ତି ତା’ହେଲେ ମୋ’ର କ’ଣ ହେବ?”
ଦୀର୍ଘଶ୍ୱାସଟେ ଛାଡ଼ି ବୀରା କହିଲା, “ମୋ’ର ଶହେ ଏକ ପ୍ରତିଶତ ବିଶ୍ୱାସ ଅଛି ଯେ ରୋହାନ୍ ଏକଥା ଗ୍ରହଣ କରିନେବ । ଯା’ହେଲେ ବି ସେ ତମର ଭାଇ । ଆଉ ସେ ସବୁବେଳେ ଇଚ୍ଛା କରିବ ଯେ ଦୁନିଆର ସବୁଠାରୁ ଭଲ ଜିନିଷ ହିଁ ତୁମକୁ ମିଳୁ । ସେ ତମକୁ କେତେ ଭଲ ପାଆନ୍ତି, ଆଉ ତମ ପାଇଁ କେତେ ଚିନ୍ତିତ ସେକଥା ମୁଁ ବେଶ୍ ଭଲଭାବରେ ଲକ୍ଷ୍ୟ କରିଛି ।
ପୁଣିଥରେ କହୁଛି ସାରାଜୀବନର ଗୋଟେ ନିଷ୍ପତି ଅଳ୍ପ କେଇ ମିନିଟ୍ ଭିତରେ କେବେ ବି ନିଆଯାଇ ପାରେନା । ପରିବାର ଲୋକ ଗ୍ରହଣ କରିନେବା କ୍ଷେତ୍ରରେ ମଧ୍ୟ ସେଇ ଏକା ଅବସ୍ଥା ।”
Comments are closed.