Latest Odisha News

ଆଜି ଖୋଲିବ ମାର୍କେଟ ବିଲ୍ଡିଂ, ହଟିବେ ଉଠାଦୋକାନୀ

ଭୁବନେଶ୍ୱର: ବହୁ ବିବାଦ ପରେ ଆଜି ଖୋଲିବ ମାର୍କେଟ ବିଲ୍ଡିଂ। ସ୍ୱଭାବିକ ହେବ ସ୍ଥିତି। ହଟିବେ ଉଠାଦୋକାନୀ। ବିଏମ୍‌ସି-ସେଣ୍ଟ୍ରାଲ ମାର୍କେଟ ସଂଘ ମଧ୍ୟରେ ଆପୋଷ ସମାଧାନ ହେବା ନିଶ୍ଚିତ ହୋଇଛି। ବିଏମସି ଓ ପୋଲିସ ସୁରକ୍ଷା ଯୋଗାଇଦେବାକୁ ପ୍ରତିଶ୍ରୃତି ପରେ ଏହି ନିଷ୍ପତ୍ତି ନେଇଛି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ। ଅନ୍ୟପଟେ ଉଠାଦୋକାନୀକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

ବିଏମସି ଦପ୍ତର ପରିସରରେ ଗତକାଲି ସନ୍ଧ୍ୟାରେ ବୈଠକ ଡକାଯାଇଥିଲା। ବୈଠକ ସେଣ୍ଟ୍ରାଲ ମାର୍କେଟ ସଂଘ-ବିଏମସି ମଧ୍ୟରେ ହୋଇଥିବା ଚୁକ୍ତିପତ୍ର ପ୍ରଦାନ କରାଯାଇଥାନ୍ତା। ହେଲେ ବର୍ଷା ପାଇଁ ବୈଠକ ବାତିଲ ହୋଇଥିଲା। ତେଣୁ ଆଜି ଏହି ବୈଠକ ଅନୁଷ୍ଠିତ ହେବ। ବିଏମସି ସହ ଚୁକ୍ତିନାମା ପରେ ପୂର୍ବାହ୍ନ ୧୧ଟା ବେଳକୁ ମାର୍କେଟ ଖୋଲିବା ନେଇ ସୂଚନା ମିଳିଛି।

ସୂଚନା ଥାଉକି, ସେଣ୍ଟ୍ରାଲ ମାର୍କେଟ୍‌ ଆସୋସିଏସନର ଡାକରାରେ ରାଜଧାନୀର ପ୍ରମୁଖ ଆକର୍ଷଣୀୟ ବ୍ୟବସାୟିକ ବଜାର ମାର୍କେଟ ବିଲ୍ଡିଂ ୧୫ ଦିନ ହେବ ବନ୍ଦ ଥିଲା। ବ୍ୟବସାୟୀମାନେ ଦୋକାନ ବନ୍ଦ କରି ଧାରଣା ଦେଇଥିଲେ। ଉଠାଦୋକାନୀ ସମ୍ପୂର୍ଣ୍ଣ ହଟିବା ପରେ ଯାଇ ଦୋକାନ ଖୋଲିବ ବୋଲି ସେମାନେ ଜିଦ୍‌ ଧରି ବସିଥିଲେ। ଫଳରେ ସ୍ଥାୟୀ-ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ବିବାଦ ବଢ଼ିଥିଲା।

Leave A Reply

Your email address will not be published.