Latest Odisha News

BREAKING NEWS

ଅନୁବାଦ କବିତା : ବରେହିପାଣି ବଙ୍ଗଳାରେ

ମୂଳ ବଙ୍ଗଳା: ଶକ୍ତି ଚଟ୍ଟୋପାଧ୍ୟାୟ

ବୁଢ଼ାବଳଙ୍ଗ ଜଳପ୍ରପାତ
ଏଠି ନଦୀ ହୋଇ ବହି ଯାଉଛି
ସାମନାରେ ଗଭୀର ଖାଲ
ଆମେ ଅନ୍ୟ ଏକ ପାହାଡ ଚୂଡ଼ାରୁ ଦେଖୁଛୁ
ବାଘର ମୁହଁ ପରି ଉଇଁ ଆସୁଥିବା ଜହ୍ନ
ପବନର ହିଲ୍ଲୋଳରେ, ଥରି ଥରି କମ୍ପୁଛି
ଝାଉଁ ଗଛର ଡାଳପତ୍ର ମାନ।

ୟେ ଏକ ସହଜ ଦୃଶ୍ୟ ନୁହେଁ, ଅପରୂପ ସୁନ୍ଦର,
ବରେହିପାଣି ବଙ୍ଗଳାର ପଛପଟେ
ହାତୀଭାଙ୍ଗୁଛି ଘରଦ୍ୱାର ,
ହଠାତ ଆଙ୍କି ହୋଇଯାଉଥିବା
ଏ ଦୃଶ୍ୟ ଅତ୍ୟନ୍ତ ମନୋହର ।

ପ୍ରପାତ ଦେଇ ବହି ଆସୁଥିବା
ବେଶ ଥଣ୍ଡା ପବନର ଲହର
ବନସ୍ତର ବଙ୍ଗଳା ବାରନ୍ଦାରେ
ହଜାର ହଜାର ଚାହିଁବା ଓ ପାଇବାର
ଦୁର୍ଲଭ ବ୍ୟାପାର ।

ପଡ଼ିଗଲା ପୂର୍ଣ୍ଣଛେଦ
ଭୟାବହ ଶଙ୍କା ଅରଣ୍ୟର
ସହରର ଇଟା କାନ୍ଥ ଭେଦି
ମନରେ ରହିଲା ଲାଖି
ସ୍ମୃତି ସେଇ ବରେହି ପାଣିର ।

ଅନୁବାଦ:ମନୋରଞ୍ଜନ ହୋତା

Leave A Reply

Your email address will not be published.