ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
“ହଉ, ତୁ ଆଗରେ ଚାଲ । ମୁଁ ରୁମ୍ଟିକୁ ସଜାଡ଼ି ଦେଇ ଯାଉଛି ।” ବୀରା କହିଲା । ଲିଭିଂ ରୁମ୍ରେ ପହଞ୍ଚି ବୀରା ଦେଖିଲା ଯେ ସୋଫା ଉପରେ ସୁନୈନା ଗଡ଼ୁଛି, ତା’ ମମ୍ଙ୍କ କୋଳରେ ଗୋଟେ ପାଦ ରଖିଦେଇଛି ଯିଏ ତା’ର ଫୁଲି ଯାଇଥିବା ବଳାଗଣ୍ଠିରେ ଗୋଟେ ରଫ ପ୍ୟାକ୍ ଦେଉଅଛନ୍ତି । ସୁନୈନା ପାଖରେ ବସିପଡ଼ି
ବୀରା ପଚାରିଲା, “ଆରେ କ’ଣ ହେଲା?” “ହାଏ ବୀରା ଦି’! ନାଇଁ ସେମିତି କିଛି ହେଇନି ମ! ଆସିଲା ବେଳକୁ ଟିକେ ପଡ଼ିଗଲି । ଗାଡ଼ିରୁ ଓହ୍ଲାଇଲାବେଳ ପାଦଟା ଟିକେ ମୋଡ଼ି ହୋଇଗଲା ।” କିନ୍ତୁ ବୀରାର ଆଣ୍ଟି ବଳାଗଣ୍ଠିର ଫୁଲା ଅଂଶରେ ବରଫ ପ୍ୟାକ୍ ଦେଲାବେଳେ ସୁନୈନା ଟିକେ ଶିହରି ଉଠୁଥାଏ ।
“କିଛି ହେଇନି? ଭଗବାନ ଜାଣନ୍ତି ତୋ ମନ କୁଆଡ଼େ ଉଡ଼ୁଛି ଆଉ ତୁ କେମିତି ଓହ୍ଲାଉଛୁ ଯେ ତୋ ପାଦ ମୋଡ଼ି ହେଇଯାଉଛି । ସବୁତକ ନଖରାମୀ ଏ ପିଲାର ।” ଗାଳି ଦେଇ କହିଲେ ବୀରାର ଆଣ୍ଟି । “ସେମିତି ଥା’ । ମୁଁ ଆଉଗୋଟେ ପ୍ୟାକ୍ ଆଣି ଆସିବା ଯାଏଁ ସେମିତି ଥା’, କୁଆଡ଼େ ଉଠିବୁନି ।” ଆସ୍ତେ କରି ସୁନୈନାର ଗୋଡ଼ଟିକୁ ସୋଫା ଉପରେ ରଖିଦେଇ ସେ ଉଠି ଠିଆ ହେଲେ । ତାଙ୍କ ଆଡ଼ିକି ଆଖି ବୁଲେଇ ସୁନୈନା କହିଲା, “ମୁଁ ଠିକ୍ ଅଛି ମମ୍ ।”
“ହଁ, ହଁ, ମୁଁ ଜାଣିପାରୁଚି ତୁ କେତେ ଠିକ୍ ଅଛୁ!” ରୋଷେଇ ଘର ଆଡ଼କୁ ଯାଉ ଯାଉ ବୁଲିପଡ଼ି ପୁଣି କହିଲେ ତା’ ମମ୍ – “ମୁଁ ଏବେ ତୋ କୋଚ୍ଙ୍କୁ ଫୋନ୍ କରି କହିଦେବି ଯେ ତୋ ବଳଗଣ୍ଠିର ଏ ଅବସ୍ଥା ସକାଶେ ତୁ କାଲି ସକାଳେ ପ୍ରାକ୍ଟିସ୍ ପାଇଁ ଯାଇ ପାରିବୁନି ।” ଟିକେ ବିରକ୍ତ ହୋଇ ସୁନୈନା କହିଲା, “ନାଇଁ ମମ୍, ସେମିତି କରନି ।”
“ମୁଁ ଯାହାଟା କହିଲି ସେୟା ହେବ ନଚେତ୍, ମୁଁ ତାଙ୍କୁ ଜଣେଇ ଦେବି ଯେ ତୁ କୌଣସି ବି ଚାମ୍ପିଅନ୍ସିପ୍ରେ ଭାଗ ନେଇ ପାରିବୁନି । କେଉଁଟା ଠିକ୍ ହେବେ ଏବେ ତୁ ସ୍ଥିର କର… ।”
“ତମେ ଏମିତି କରନି ମମ୍ । ତମେ ଏମିତି କରିପାରିବନି ମମ୍ ।”
କ୍ରମଶଃ
Comments are closed.