Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୯)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

“ଆଚ୍ଛା, ତା’ହେଲେ ତୁ ଏବେ ବି ସେଇ ନିଷ୍ପତିରେ ଅଛୁ ଯେ କେବଳ ଝିଅମାନେ ପଢ଼ୁଥିବା ଗୋଟେ ବୋର୍ଡ଼ିଙ୍ଗ୍ ସ୍କୁଲ୍‌ରେ ପଢ଼ିବୁ?” ଟିକେ ଆଶ୍ଚର୍ଯ୍ୟ ହେଲା ଭଳି ବୀରାର ଆଚାି କହିଲେ । ମୁଣ୍ଡ ହଲେଇ ବୀରା କହିଲା, “କ’ଣ ପାଇଁ ମୁଁ ଜାଣିନି, କିନ୍ତୁ ଏମିତି ସ୍କୁଲ୍‌ରେ ପଢ଼ିବାର ସମ୍ଭାବନାଟା ମତେ ଟିକେ ଆକୃଷ୍ଟ କରେ ।” “ଠିକ୍ ଅଛି । ମୁଁ କାଲି ହିଁ, ଏ ତିନୋଟି ଯାକ ସ୍କୁଲ୍‌ରେ ନାମଲେଖା ପ୍ରକ୍ରିୟା ବିଷୟରେ ବୁଝାବୁଝି କରୁଛି । ଆମେ ସେ ସବୁ ସ୍କୁଲ୍‌ରେ ଦରଖାସ୍ତ ପକେଇବା, ତା\’ପରେ ସେମାନଙ୍କ ନାମଲେଖା ବ୍ୟବସ୍ଥା ଓ ତୋ ପସନ୍ଦ ଅନୁସାରେ ତୁ କୋଉଠି ପଢ଼ିବୁ, ସେ ନିଷ୍ପଚାି ତୁ ନିଜେ ନେଇ ପାରିବୁ ।” ବୀରା ଅଙ୍କଲ୍‌ଙ୍କର ଏମିତି ଉତ୍ତରରେ ସେ ଆଲୋଚନା ସେଇଠି ହିଁ ଶେଷ ହେଲା ।

ତା’ପରଦିନ ପରିମଲ୍‌ଙ୍କ ଘରେ ସୋଫାରେ ବସି ବୀରା ଗୋଟେ ବହି ପଢ଼ୁଥାଏ । ତା’ ଗୋଡ଼ ପାଖରେ ତଳେ ବସି, ମୋବାଇଲ୍ ଫୋନ୍ ଧରି ସିଡ଼୍ ତା\’ର ଅତିପ୍ରିୟ ‘କ୍ଲାସ୍ ଅଫ୍ କ୍ଲାନ୍‌ସ୍‌’ ଖେଳରେ ମଜ୍ଜି ଯାଇଥାଏ । ଆର୍ମଚେୟାର୍‌ରେ ବସି ରବିବାରିଆ ମାଗାଜିନ୍‌ ପଢ଼ୁଥାଏ ରୋହାନ୍ । ଏ ଦୁଇଭାଇଙ୍କ ଭିତରର ମନୋମାଳିନ୍ୟ ଅନେକ ମାତ୍ରାରେ କମି ଯାଇଥାଏ । କୌଣସି ଚାପ ଥିଲାପରି ବି ଲାଗୁ ନଥାଏ । “ହେଇ! ଗୋଟେ ଲେଖା ବିଷୟରେ ଶୁଣ । ବାରବର୍ଷରେ ଥରେ ଫୁଟୁଥିବା ଗୋଟିଏ ଫୁଲ ବିଷୟରେ ଏ ଲେଖାଟି ।” ରୋହାନ୍‌ ବଡ଼ ପାଟିରେ କହିଲା ।

ନିଜ ଫୋନ୍ ଉପରୁ ମୁହଁ ଉଠେଇ ସିଡ଼୍ କହିଲା, “ଏଁ, ବାରବର୍ଷରେ ଥରେ? ବାଃ! ଚମତ୍କାର!” “ଆଚ୍ଛା! ବଡ଼ପାଟିରେ ପଢ଼ ତ!” ଉତ୍ସାହିତ ହୋଇ ବୀରା କହିଲା ।

“ଦକ୍ଷିଣ ଭାରତର ପଶ୍ଚିମ ଘାଟରେ ଥିବା ମୁନ୍ନାର ଅଂଚଳର ପ୍ରାକୃତିକ ସୌନ୍ଦର୍ଯ୍ୟରାଜି ଭିତରେ ‘ଷ୍ଟ୍ରୋବିଲାନ୍‌ଥସ୍ କୁନ୍ଥିଆନା’ ବା ‘ନୀଳ କୁରିଂଜି’ ବାରବର୍ଷରେ ଥରେ ଦେଖିବାକୁ ମିଳେ । ନୀଳଗିରି ପର୍ବତ ସହ କୁରିଂଜିର ନାଁ ଯୋଡ଼ି ହୋଇଯାଇଛି । ଏଇଟା ଗୋଟେ ବିରଳ ବାଇଗେଣି – ନୀଳ ରଙ୍ଗ ମିଶା ଫୁଲ । ଅକ୍ଟୋବରରେ ଆରମ୍ଭ ହୋଇ ଡିସେମ୍ବର ମାସର ଅଧାରେ ଏ ଫୁଲ ଫୁଟିବାର ସମୟ ଶେଷ ହୋଇଯିବ ।” ପାଟିକରି ରୋହାନ୍ ପଢ଼ୁଥାଏ ।

ସବୁଥର ପରି ଏଥର ବି କିଛି ବୁଝି ନ ପାରି ସିଡ଼୍ ପଚାରିଲା, “ଷ୍ଟୋବି… ନା କ’ଣ କହିଲ ଭାଇ?” ପୁଣିଥରେ ମାଗାଜିନ୍ ପଢ଼ି ରୋହାନ୍ କହିଲା, “ଷ୍ଟ୍ରୋବିଲାନ୍‌ଥସ୍ କୁନ୍ଥିଆନା” ।

କ୍ରମଶଃ

Leave A Reply

Your email address will not be published.