Latest Odisha News

BREAKING NEWS

ଶିକ୍ଷକ ନାଁରେ କଳଙ୍କ; ଛାତ୍ରୀଙ୍କୁ ଦୁଷ୍କର୍ମ କରି ଗିରଫ ହେଲେ ସାହିତ୍ୟ ଶିକ୍ଷକ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି । ଛାତ୍ରୀଙ୍କୁ ଦୁଷ୍କର୍ମ କରି ଗିରଫ ହୋଇଛନ୍ତି ସାହିତ୍ୟ ଶିକ୍ଷକ । ଲହୁଣୀପଡ଼ା ଥାନା ହଳଦିକୁଦର ସରକାରୀ ଉଚ୍ଚ ବିଦ୍ୟାଳୟର ସାହିତ୍ୟ ଶିକ୍ଷକ ତାପସ ବାଡାଇ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଏକାଧିକ ଥର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଆଧାର ସଂଶୋଧନ କରିବା ବାହାନା କରି ସଂପୃକ୍ତ ଛାତ୍ରୀଙ୍କୁ ବଣାଇକୁ ଆଣୁଥିଲେ। ପରେ ନିଜ ଭଡ଼ା ଘରକୁ ନେଇ ଦୁଷ୍କର୍ମ କରୁଥିଲେ। କାହାକୁ ନକହିବାକୁ ଧମକ ଦେଉଥିଲେ। ଆଜି ଛାତ୍ରୀ ଜଣଙ୍କ ଥାନାରେ ଏତଲା ଦେବା ପରେ ଅଭିଯୁକ୍ତ ଶିକ୍ଷକ ତାପସ୍ ସାର୍ ଙ୍କୁ ଗିରଫ କରିଛି ଲହୁଣୀପଡ଼ା ଥାନା ପୋଲିସ । ଏବେ ଡାକ୍ତରୀ ମାଇନା ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

ଏହି ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି । ଗୁରୁ ଶିଷ୍ୟଙ୍କ ପବିତ୍ର ସମ୍ପର୍କକୁ କଳୁଷିତ କରିଥିବା ନେଇ ସବୁ ମହଲରେ ଏହାକୁ ଦୃଢ ନିନ୍ଦା ସହ ଉତ୍ତେଜନା ସୃଷ୍ଟି ହୋଇଛି ।

Comments are closed.