Latest Odisha News

BREAKING NEWS

ଖୁବ୍ ଶିଘ୍ର ସୁଟିଂ ହେବ ସାଇନାଙ୍କ ବାୟୋପିକ୍

ମୁମ୍ବାଇ: ବଲିଉଡ଼ ନିର୍ଦ୍ଦେଶକ ଅମୋଲ୍ ଗୁପ୍ତେଙ୍କ ନିର୍ଦ୍ଦେଶନାରେ ବ୍ୟାଡ଼ମିଣ୍ଟନ ସେନସେସନ୍ ସାଇନା ନେହେୱାଲଙ୍କ ବାୟୋପିକର ସୁଟିଂ ଖୁବ୍ ଶିଘ୍ର ହେବାକୁ ଯାଉଛି । ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ଏହି ବାୟୋପିକରେ ସାଇନାଙ୍କ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି ବଲିଉଡ୍ ସୁନ୍ଦରୀ ଶ୍ରଦ୍ଧା କପୁର । କିନ୍ତୁ ଏହାର ସୁଟିଂ ଡ଼େରି ହେବାର ଅନେକ ଅଜବ କାରଣ ମଧ୍ୟ ରହିଛି !

 

ତେବେ ଅସଲ କଥାଟି ଶୁଣିଲେ ଟିକେ କେମିତି କେମିତି ଲାଗୁଛି । ଶ୍ରଦ୍ଧା କପୁରଙ୍କ ବ୍ୟାଡ଼ମିଣ୍ଟ ଖେଳିବା ଷ୍ଟାଇଲକୁ ଆଦୌ ପସନ୍ଦ କରିପାରିନଥିଲେ ସ୍ୱୟଂ ସାଇନା ।

ଶ୍ରଦ୍ଧା କପୁରଙ୍କୁ ନିଜେ ସାଇନା ବ୍ୟାଡ଼ମିଣ୍ଟନ ର‌୍ୟାକେଟ ଧରିବାଠୁ ଆରମ୍ଭ କରି ସର୍ଭିସ କରିବା ଶିଖାଇଥିଲେ । କିନ୍ତୁ ଶ୍ରଦ୍ଧା ଠିକ୍ ଭାବେ ସର୍ଭିସ କରି ନପାରିବାରୁ ସାଇନା ଚିନ୍ତିତ ହୋଇ ପଡ଼ିଥିଲେ ।

ଏବେ କିନ୍ତୁ ଗୁମର ଖୋଲିଛନ୍ତି ଶ୍ରଦ୍ଧା । ସାଇନା ଅନୁରୋଧରେ ତାଙ୍କ କୋଚ୍ ପୁଲେଲା ଗୋପୀଚାନ୍ଦ ଶ୍ରଦ୍ଧାଙ୍କୁ କିଛିଦିନ ବ୍ୟାଡ଼ମିଣ୍ଟନ ଟ୍ରେନିଂ ଦେବା ଆରମ୍ଭ କଲେ । ଶ୍ରଦ୍ଧା ମଧ୍ୟ ବେଶ୍ ଭଲ ବ୍ୟାଡ଼ମିଣ୍ଟନ ଖେଳିବାକୁ ଆରମ୍ଭ କଲେ ।

ତେବେ ଆଜି ଶ୍ରଦ୍ଧା କହିଛନ୍ତି ତାଙ୍କର ଆତ୍ମବିଶ୍ୱାସ ଖୁବ୍ ବଢିଛି । ସାଇନାଙ୍କ ଭୂମିକାକୁ ସେ ଖୁବ୍ ଭଲଭାବେ ଅଭିନୟ କରିପାରିବେ ।

ତେବେ ଜଣାପଡ଼ିଛି ଖୁବ୍ ଶିଘ୍ର ଏହି ବାୟୋପିକ୍ ର ସୁଟିଂ ଆରମ୍ଭ ହେବାକୁ ଯାଉଛି ।

Leave A Reply

Your email address will not be published.