କଟକ: କଟକ ଜିଲ୍ଲା ନିଆଳି ବ୍ଲକ୍ତ ଅନ୍ତର୍ଗତ ବିଳାଶୁଣି କନ୍ଦଳ ନଦୀରୁ ଶୁକ୍ରବାର ଦିନ ମାଛ ଧରିବା ବେଳେ ଜାଲରୁ ଏକ ବିଶାଳକାୟ ଶାଙ୍କୁଚ ମାଛକୁ ଉଦ୍ଧାର କରାଯାଇଛି ।
ପ୍ରାପ୍ତ ସୂଚନାନୁଯାୟୀ ଆଜି ସକାଳେ କିଛି ମତ୍ସଜୀବୀ ବାଲିକୁଦ ଘାଟରେ କୁଡିମୁହା ପୋଲ ପାଖରେ ମାଛ ଧରୁଥିବା ବେଳେ ତାଙ୍କ ଜାଲରେ ଏହି ଦୁର୍ଲଭ ମାଛଟି ପଡିଥିଲା । ପରେ ମତ୍ସଜୀବୀମାନେ ତାକୁ ଜାଲରୁ ବାହାର କରି ବନବିଭାଗକୁ ସୂଚୀତ କରିଥିଲେ । ଉକ୍ତ ମାଛଟିର ଓଜନ ପ୍ରାୟ ୨ କୁଇଣ୍ଟାଲ୍ ହେବ ବୋଲି ଜଣାପଡିଛି ।
ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ସ୍ଥିତି ପରଖିବା ସହ ଉକ୍ତ ମାଛଟିକୁ ପୁନର୍ବାର ନଦୀ ମଧ୍ୟକୁ ଛଡାଯାଇଛି ।
ଅପରପକ୍ଷରେ ପ୍ରଥମ ଥର ପାଇଁ ସ୍ଥାନୀୟ ମତ୍ସଜୀବୀମାନେ ଏଭଳି ମାଛଟିକୁ ଦେଖିବାକୁ ପାଇଥିବା ନେଇ ପ୍ରକାଶ କରିଛନ୍ତି ।
Comments are closed.