Latest Odisha News

BREAKING NEWS

ହଷ୍ଟେଲରେ ତରକାରୀରୁ ବାହାରିଲା ଝିଟିପିଟି ସହ ବିଛା

ଭୁବନେଶ୍ୱର: ରକାରୀରେ ବାହାରିଲା ମଲା ଝିଟିପିଟି ସହ ବିଛା । ଏପରି ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ ହଷ୍ଟେଲରେ । ପିଲାଙ୍କୁ ରାତି ଖାଇବାରେ ଦିଆଯାଇଥିବା ଆଳୁ ତରକାରୀରେ ଏସବୁ ବାହାରିଥିଲା । ଯାହାକୁ ନେଇ ହଷ୍ଟେଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନକୁ ଆସିଥିଲା ।

ଶୁକ୍ରବାର ରାତିରେ ପିଲାମାନଙ୍କୁ ରୁଟି ସହ ଆଳୁ ତରକାରୀ ଦିଆଯାଇଥିଲା । ଖାଇବା ବେଳେ ତରକାରୀରୁ ବିଛା ଓ ମଲା ଝିଟିପିଟି ବାହାରିଥିଲା । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ପୂରେବରୁ ମଧ୍ୟ ବାରମ୍ବାର ଖାଇବାରୁ ପୋକ, ଝିଟିପିଟି ଓ ବିଛା ବାହାରୁଥିବା ପିଲାମାନେ ଅଭିଯୋଗ କରିଆସୁଥିବା ଅଭିଯୋଗ ହୋଇଛି ।

ହଷ୍ଟେଲ କର୍ତ୍ତୃପକ୍ଷ ଓ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ବୁଝାସୁଝା କରିଥିଲେ ।

ହଷ୍ଟେଲ୍ ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି, ଗତକାଲି ଖାଇବାରେ ବିଛା ବାହାରିବାପରେ ସେହି ଖାଇବା ଫୋପାଡ଼ି ଦିଆଯାଇଥିଲା, ପୁଣି ଥରେ ଖାଇବା ତିଆରି କରାଯାଇ ପିଲାଙ୍କୁ ଖାଇବାକୁ ଦିଆଯାଇଛି ।

Leave A Reply

Your email address will not be published.