Latest Odisha News

BREAKING NEWS

ଟର୍ଚ୍ଚ ଲାଇଟ୍‌ରେ ୩୦୦ ଲୋକଙ୍କୁ ଉଦ୍ଧାର କରିଛି: ଏମିତି କିଛି ବଖାଣିଲେ ସ୍ଥାନୀୟ ଯୁବକ

ଭୁବନେଶ୍ୱର: ସନ୍ଧ୍ୟା ହୋଇ ଆସୁଥିଲା । ମୁଁ ଦୁର୍ଘଟଣାସ୍ଥଳରୁ କିଛି ଦୂରରେ ଥିବା ଏକ ଦୋକାନରେ ଛିଡ଼ା ହୋଇଥିଲି । ହଠାତ୍ ଏକ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଲା । କ’ଣ କିଛି ଭାବିବା ଆଗରୁ ମୁଁ ଓ ସ୍ଥାନୀୟ କିଛି ଲୋକେ ଅନ୍ଧାରରେ ଦୌଡ଼ିବାକୁ ଆରମ୍ଭ କଲୁ । ସେଠାରେ ପହଞ୍ôଚ ଯେଉଁ ଦୃଶ୍ୟ ଦେଖିଲି ହଠାତ୍ ପାଟିରୁ ବାହାରିଗଲା ହେ ଭଗବାନ.. ଏ କ’ଣ ? ଆଉ କିଛି ନ ଭାବି ଲୋକଙ୍କୁ ମୋବାଇଲ ଟର୍ଚ୍ଚ ଲାଇଟ୍‌ରେ ଉଦ୍ଧାର କରିବାକୁ ଲାଗିଲୁ । ପାଖାପାଖି ୩୦୦ ଲୋକଙ୍କୁ ଉଦ୍ଧାର ବି କଲୁ ।

ଅନେକ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଆଉ କିଛି ଲୋକ ଉଦ୍ଧାର କରିବାକୁ ଚିତ୍କାର କରୁଥିଲେ । କିଛି ଲୋକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇସାରିଥିଲା । ବଞ୍ଚିଥିବା ଯାଏଁ ଏ ଦୃଶ୍ୟକୁ କେବେ ଭୁଲି ପାରିବି ନାହିଁ । ଏମିତି କିଛି କୋହଭରା କଣ୍ଠରେ କହିଛନ୍ତି ସ୍ଥାନୀୟ ବାସିନ୍ଦା ଗଣେଶ ।

କେବଳ ଗଣେଶ ନୁହଁନ୍ତି, ଏହି ଭୟାବହ ଟ୍ରେନ ଦୁର୍ଘଟଣାର ପ୍ରଚଣ୍ଡ ଶବ୍ଦ ଶୁଣିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ିଥିଲେ । ସେମାନେ କାହାରି ଅପେକ୍ଷା ନ କରି ଲୋକଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଥିଲେ । ତେବେ ଘନ ଅନ୍ଧାର ଥିବାରୁ ନିଜ ମୋବାଇଲ ଲାଇଟ ସାହାଯ୍ୟରେ ଲୋକଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଥିଲେ ।

Leave A Reply

Your email address will not be published.