Latest Odisha News

BREAKING NEWS

ବାଲେଶ୍ୱର ସହ ୩ ଜିଲ୍ଲାରେ ଆଗାମୀ ୩ ଘଣ୍ଟାରେ ଘଡ଼ଘଡ଼ି ବର୍ଷା

ଭୁବନେଶ୍ୱର: ବାହାନଗାରେ ଶୁକ୍ରବାର ରାତିରେ ଟ୍ରେନ୍ ଦୁର୍ଘଟଣା ପରେ ଉଦ୍ଧାର ଓ ମରାମତି କାର୍ଯ୍ୟ ଜାରି ରହିଛି । ଏହାରି ଭିତରେ ପାଣିପାଗ ବିଭାଗର ଆଲର୍ଟ ଅନୁସାରେ, ଆଗାମୀ ୩ ଘଣ୍ଟାରେ ବାଲେଶ୍ୱର ସହ ୩ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ।

ଆଗାମୀ ୩ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ବାଲେଶ୍ୱର, ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ଆଲର୍ଟ ଜାରି କରିଛି । ପାଗ ଓ ବଜ୍ରପାତକୁ ଦେଖି ବାହାରକୁ ବାହାରିବା ଲାଗି ଲୋକଙ୍କୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

କରମଣ୍ଡଳ ଏକ୍ସପ୍ରେସ୍ ସହ ବେଙ୍ଗଳୁରୁ-ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ ଦୁର୍ଘଟଣା ପରେ ବାହାନଗାରେ ଉଦ୍ଧାର ଓ ମରାମତି କାର୍ଯ୍ୟ ଜାରି ରହିଛି । ଏହି ସମୟରେ ଘଡ଼ଘଡ଼ି ବର୍ଷା ହେଲେ ପୁନରୁଦ୍ଧାର ବାଧାପ୍ରାପ୍ତ ହୋଇପାରେ ।

ଶୁକ୍ରବାର ରାତିରେ ହୋଇଥିବା ଦୁର୍ଘଟଣାରେ ଏଯାବତ୍ ୨୬୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ପରେ ସେଠାରୁ ସିଧା ବାଲେଶ୍ୱର ମେଡିକାଲ୍ ଅଭିମୁଖେ ଯାଇଛନ୍ତି । ମେଡିକାଲରେ ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave A Reply

Your email address will not be published.