Latest Odisha News

BREAKING NEWS

ସଠିକ ତଥ୍ୟ ପ୍ରଦାନକୁ ନେଇ ଦୁର୍ଘଟଣାସ୍ଥଳରେ ମୁହାଁମୁହିଁ ହେଲେ ଅଶ୍ୱିନୀ-ମମତା

ବାଲେଶ୍ୱର: ବାଲେଶ୍ୱର ବାହାନଗା ରେଳଷ୍ଟେଶନରେ ଭୟଙ୍କର ସ୍ଥିତି । ଶହଶହ ଶବ ରାସ୍ତା ଉପରେ । ଭୟଙ୍କର..ଦୃଦୟବିଦାରକ ଦୃଶ୍ୟ । ତଥାପି ଏ ଭୟଙ୍କର ଦୃଶ୍ୟ ଭିତରେ  ମୃତାହତଙ୍କ ଉଦ୍ଧାର କାମ ଚଲାଇଛ୍ତି ରେସକ୍ୟୁ ଟିମ । ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ବରିଷ୍ଠ ନେତା, ମନ୍ତ୍ରୀ । ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଦୁର୍ଘଟଣାସ୍ଥଳ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି ।  ଘଟଣାସ୍ଥଳରେ ହିଁ ମୁହାଁମୁହିଁ ହୋଇଥିଲେ ମମତା ବାନାର୍ଜୀ ଅଶ୍ୱିନୀ ବୈଷ୍ଣବ ।

ବାହାନଗା ଦୁର୍ଘଟଣା ସ୍ଥଳରେ କଥା କଟାକଟି ହୋଇଛନ୍ତି ମମତା-ବୈଷ୍ଣବ ।  ମୃତକଙ୍କ ସଂଖ୍ୟା ନେଇ କଥା କଟାକଟି ହୋଇଛନ୍ତି ଦୁଇ ନେତା । ମମତା ବାନାର୍ଜୀ  ମୃତ୍ୟୁ ସଂଖ୍ୟା ୫ଶହ ହେବ ବୋଲି କହିଥିବାବେଳେ ରେଳ ମନ୍ତ୍ରୀ ଏହାକୁ ଖଣ୍ଡନ କରିଥିଲେ । ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ କହିଥିଲେ  ୫ଶହ ନୁହେଁ । ଅଧିକାରୀ ସୂଚନା ଅନୁସାରେ, ମୃତ୍ୟୁ ସଂଖ୍ୟା ୨୩୮(ଏବେ -୨୬୧) ବୋଲି କହିଥିଲେ ଅଶ୍ୱିନୀ ବୈଷ୍ଣବ ।

ମମତା କହିଥିଲେ ଆହୁରି ୩ଟି ବଗିରେ ମୃତଦେହ  ରହିଛି । ଅନ୍ୟପକ୍ଷେ ଅଶ୍ୱିନୀ କହିଥିଲେ  ଉଦ୍ଧାର କାର୍ଯ୍ୟ ଶେଷ ହୋଇଗଲାଣି । ମମତା କହିଥିଲେ,  ଏଯାଏଁ ଆହୁରି ଉଦ୍ଧାର କାର୍ଯ୍ୟ ବାକି ଅଛି ।  ମୃତ୍ୟୁ ସଂଖ୍ୟା ସଠିକ୍ ତଥ୍ୟ ଦେବାକୁ ଘଟଣାସ୍ଥଳରେ ଅଶ୍ୱିନୀଙ୍କୁ କହିଥିଲେ ମମତା ।  ରେଲୱେ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ସରକାର ସମ୍ପୂର୍ଣ୍ଣ ଉତ୍ତରଦାୟୀ ରହିବା ଉଚିତ ବୋଲି କହିଛନ୍ତି ମମତା ।

ସୂଚନା ଥାଉ କି, ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା  ବଢ଼ୁଛି। ଏବେ ମୃତ୍ୟୁ ସଂଖ୍ୟା ୨୬୧ରେ ପହଞ୍ଚିଲାଣି।  ଦକ୍ଷିଣ -ପୂର୍ବ ରେଲ୍‌ୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆହତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ଏକ ହଜାରରେ ପହଞ୍ଚିଛି । ସେପଟେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ଅନୁଯାୟୀ ଉଦ୍ଧାର କାମ ଶେଷ ହୋଇଛି । ଏବେ ଟ୍ରେନ ଚଳାଚଳ ସୁଗମ କରିବା ପାଇଁ ଟ୍ରାକ ସଜାଡା ଚାଲିଛି ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି । ତେବେ କାହିଁକି ଏପରି ଦୁର୍ଘଟଣା ଘଟିଲା,  ଏଥି ପାଇଁ କିଏ ଦାୟୀ ତାହାର ତଦନ୍ତ ପାଇଁ ସମସ୍ତେ ଦାବି କରିଛନ୍ତି ।

ସୂଚନାଥାଉ କି, ହାୱଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ବାଲେଶ୍ୱର ବାହାନଗା ନିକଟରେ   ପୂର୍ବରୁ ଛିଡ଼ା ହୋଇଥିବା ଏକ ମାଲ୍‌ବାହୀ ଗାଡ଼ିକୁ ଧକ୍କା ଦେଇ  ଏପରିକି ମାଲ୍‌ବାହୀ ଗାଡ଼ି ଉପରକୁ ଚଢ଼ି ଯାଇଛି କରମଣ୍ଡଳ। ଏହି ଟ୍ରେନ୍‌ର କିଛି ବଗି ଆର ଟ୍ରାକ ଉପରେ ପଡ଼ିଥଲା। କିଛି ସମୟ ପରେ ସେହି ରୁଟ୍‌ରେ ଆସିଥିଲା ଯଶୱନ୍ତପୁର-ହାୱଡ଼ା ଟ୍ରେନ୍‌। ଏହି ଟ୍ରେନ୍ କରମଣ୍ଡଳ ଏକସପ୍ରେସ୍‌ର ଓଲଟି ପଡ଼ିଥିବା ବଗିକୁ ଧକ୍କା ଦେଇଥିଲା।

Leave A Reply

Your email address will not be published.