Latest Odisha News

BREAKING NEWS

ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରକୁ ଆକ୍ରମଣ

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ କିଛି ଦୁର୍ବୁତ୍ତ ମାନେ ଆକ୍ରମଣ କରିଛନ୍ତି । ଆରୁହା ଗ୍ରାମରେ ହିଙ୍ଗୁଳା ଯଜ୍ଞକୁ ଯିବା ବେଳେ ବିରୋଧ ପ୍ରଦର୍ଶନ ସହ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଖବର ପାଇ ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।

ଘଟଣା ପରେ, ପ୍ରଣବ ବଳବନ୍ତରାୟ କାର୍ଯ୍ୟସୂଚୀ ଅନୁଯାୟୀ ଯଜ୍ଞସ୍ଥଳରେ ମା’ଙ୍କ ଦର୍ଶନ କରି ତାଙ୍କ ବାସଭବନକୁ ଫେରିଥିଲେ । ତେବେ ସେଠିକାର ପଥର ଖଣି ମାଫିଆ ଚକ୍ରାନ୍ତ କରି ଏଭଳି ଘଟଣା ଘଟାଇଥାଇପାରନ୍ତି ବୋଲି ପରେ କହିଛନ୍ତି ପ୍ରଣବ ।

ବର୍ତ୍ତମାନ ବିଜେଡିର ଯୁବ ଏବଂ ଛାତ୍ର ଶାଖାର ପ୍ରଭାରୀ ହେଉଛନ୍ତି ପ୍ରଣବ କୁମାର ବଳବନ୍ତରାୟ । ସେ ୨୦୧୪ ଏବଂ ୨୦୧୯ ନିର୍ବାଚନରେ ​​ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀରୁ ଦୁଇଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

Comments are closed.