କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଇଞ୍ଚୋଳ ଗ୍ରାମର ଗଣିତ ଶିକ୍ଷକ ଅନିରୁଦ୍ଧ ସ୍ୱାଇଁ ହତ୍ୟାକାଣ୍ଡ ଇତିମଧ୍ୟରେ ୩ ମାସ ବିତିଲାଣି । ହେଲେ ପୋଲିସ ଜଣଙ୍କୁ ଗିରଫ କରି ଚୁପ୍ ହୋଇ ବସିଛି । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବର୍ତ୍ତମାନ ପର୍ଯ୍ୟନ୍ତ ବିଫଳ ହୋଇଛି । ଖୁବ୍ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମୃତ ଶିକ୍ଷକଙ୍କ ପରିବାର ଲୋକ ଓ ଗ୍ରାମବାସୀ ଶନିବାର ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥ ମରୈଗାଁ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପଟେ ଶହ ଶହ ଗାଡି ଅଟକି ରହିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା । ପରେ ରାସ୍ତାରୋକୋ ହଟିଥିଲା ।
ସୂଚନାଯୋଗ୍ୟ, ଇଞ୍ଚୋଳ ଗ୍ରାମର ଶିକ୍ଷକ ଅନିରୁ୍ଦ୍ଧ ମରେଇଗାଁ ଛକରେ ଏକ ଭଡ଼ା ଘରେ ରହୁଥିଲେ । ୨୦୨୨ ନଭେମ୍ବର୧୪ତାରିଖରେ ନନ୍ଦିପଦା ଥାନା ପଛପଟେ କୌଣସି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପରେ ଏହି ଘଟଣାରେ ପୋଲିସ ଅରୁପ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେ ଅନିରୁଦ୍ଧଙ୍କ ବେକରୁ ସୁନାଚେନ, ମୁଦି ନେଇଯିବା ସହ ତାଙ୍କ ସ୍କୁଟି ଗାଡ଼ିକୁ କେନାଲରେ ପକାଇ ଦେଇଥିଲେ । ଅନିରୁଦ୍ଧଙ୍କ ଆକ୍ରମଣରେ ବ୍ୟବହୃତ ଛୁରିକୁ ଅରୂପ ଅନ୍ଲାଇନରେ ଅଡ଼ର କରିଥିବା ପୋଲିସ ମଧ୍ୟ ଜାଣିବାକୁ ପାଇଥିଲା । ହେଲେ ଏହି ହତ୍ୟାକାଣ୍ଡରେ କେବଳ ଅରୂପ ସମ୍ପୃକ୍ତ ନୁହେଁ,ଏକାଧିକ ସମ୍ପୃକ୍ତ ଅଛନ୍ତି । ତେଣୁ ତୁରନ୍ତ ସେମାନଙ୍କୁ ଗିରଫ କରାଯିବା ଦାବିରେ ଅନିରୁଦ୍ଧଙ୍କ ପରିବାର ଲୋକେ ଶନିବାର ରାସ୍ତାକୁ ଓହ୍ଲାଇଥିଲେ ।
BREAKING NEWS
- ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କୁ ଲାଗି ହେଲା ପହିଲି ଭୋଗ
- ଆଶ୍ରମ ସ୍କୁଲରେ +୨ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ…
- ଦିଲ୍ଲୀ ପ୍ରଦୂଷଣକୁ ନେଇ କ୍ଷମା ମାଗିଲେ ମନ୍ତ୍ରୀ; ଏତେ କମ୍ ସମୟ…
- Dhruv64:ଲଞ୍ଚ ହେଲା ଭାରତର ପ୍ରଥମ 1.0 GHz ସ୍ୱଦେଶୀ ଚିପ୍ ; ପ୍ରତିରକ୍ଷା କ୍ଷେତ୍ରରେ ହେବ ଉପଯୋଗୀ
- ରାଜନୀତିରେ ପାଦ ଥାପି ପାରନ୍ତି ଦୌଡା ରାଣୀ ଦୂତି
- ବଦମାସ ଗୁଳି ଚଳାଇଲେ, ମୋବାଇଲ ବଂଚାଇଲା ଜୀବନ
- ମୁଖ୍ୟସ୍ରୋତକୁ ଫେରିଲେ ୩୪ ମାଓବାଦୀ କ୍ୟାଡର, ସେମାନଙ୍କ ଉପରେ ଥିଲା ୮୪ ଲକ୍ଷ ଟଙ୍କା ପୁରସ୍କାର ରାଶି
- ବିଏମସିର ସଫେଇ ଅଭିଯାନ; ଅନେକ ଦୋକାନ ଉପରେ ୧ ଲକ୍ଷ ଫାଇନ
- Puri Police: ନିଶା ବ୍ୟବସାୟୀ ଟିକି ଖାଁର ୩ଟି ଘର ଉପରେ ବୁଲିଲା ବୁଲଡୋଜର
- ଜମି ମ୍ୟୁଟେସନ୍ ମାମଲା; ଲାଞ୍ଚ ନେବା ଅଭିଯୋଗରେ ଆରଆଇଙ୍କୁ ୩ ବର୍ଷ ଜେଲ୍
Comments are closed.