କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଇଞ୍ଚୋଳ ଗ୍ରାମର ଗଣିତ ଶିକ୍ଷକ ଅନିରୁଦ୍ଧ ସ୍ୱାଇଁ ହତ୍ୟାକାଣ୍ଡ ଇତିମଧ୍ୟରେ ୩ ମାସ ବିତିଲାଣି । ହେଲେ ପୋଲିସ ଜଣଙ୍କୁ ଗିରଫ କରି ଚୁପ୍ ହୋଇ ବସିଛି । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବର୍ତ୍ତମାନ ପର୍ଯ୍ୟନ୍ତ ବିଫଳ ହୋଇଛି । ଖୁବ୍ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମୃତ ଶିକ୍ଷକଙ୍କ ପରିବାର ଲୋକ ଓ ଗ୍ରାମବାସୀ ଶନିବାର ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥ ମରୈଗାଁ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପଟେ ଶହ ଶହ ଗାଡି ଅଟକି ରହିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା । ପରେ ରାସ୍ତାରୋକୋ ହଟିଥିଲା ।
ସୂଚନାଯୋଗ୍ୟ, ଇଞ୍ଚୋଳ ଗ୍ରାମର ଶିକ୍ଷକ ଅନିରୁ୍ଦ୍ଧ ମରେଇଗାଁ ଛକରେ ଏକ ଭଡ଼ା ଘରେ ରହୁଥିଲେ । ୨୦୨୨ ନଭେମ୍ବର୧୪ତାରିଖରେ ନନ୍ଦିପଦା ଥାନା ପଛପଟେ କୌଣସି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପରେ ଏହି ଘଟଣାରେ ପୋଲିସ ଅରୁପ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେ ଅନିରୁଦ୍ଧଙ୍କ ବେକରୁ ସୁନାଚେନ, ମୁଦି ନେଇଯିବା ସହ ତାଙ୍କ ସ୍କୁଟି ଗାଡ଼ିକୁ କେନାଲରେ ପକାଇ ଦେଇଥିଲେ । ଅନିରୁଦ୍ଧଙ୍କ ଆକ୍ରମଣରେ ବ୍ୟବହୃତ ଛୁରିକୁ ଅରୂପ ଅନ୍ଲାଇନରେ ଅଡ଼ର କରିଥିବା ପୋଲିସ ମଧ୍ୟ ଜାଣିବାକୁ ପାଇଥିଲା । ହେଲେ ଏହି ହତ୍ୟାକାଣ୍ଡରେ କେବଳ ଅରୂପ ସମ୍ପୃକ୍ତ ନୁହେଁ,ଏକାଧିକ ସମ୍ପୃକ୍ତ ଅଛନ୍ତି । ତେଣୁ ତୁରନ୍ତ ସେମାନଙ୍କୁ ଗିରଫ କରାଯିବା ଦାବିରେ ଅନିରୁଦ୍ଧଙ୍କ ପରିବାର ଲୋକେ ଶନିବାର ରାସ୍ତାକୁ ଓହ୍ଲାଇଥିଲେ ।
BREAKING NEWS
- ଜିନ୍ଦଲ ଏବଂ ବିଏମସି ପକ୍ଷରୁ ମୋବାଇଲ୍ ସାନିଟେସନ୍ ୟୁନିଟ୍ ଆରମ୍ଭ
- Eastern India’s Skill Revolution: ଭୁବନେଶ୍ୱରରେ ଶେଷ ହେଲା ୪ଦିନିଆ ଦକ୍ଷତା ମହାକୁମ୍ଭ; ୧୩୨ ଜଣ କୃତି ପ୍ରତିଯୋଗୀ ପୁରସ୍କୃତ
- Iran Tension:ପ୍ରବାସୀ ଓଡ଼ିଆମାନଙ୍କ ସୁରକ୍ଷାକୁ ନେଇ ଉଚ୍ଚସ୍ତରୀୟ ବୈଠକ; ପରିସ୍ଥିତିକୁ ନଜର କରି ପ୍ରସ୍ତୁତି ଓ ପଦକ୍ଷେପ ନେବାକୁ ପରାମର୍ଶ
- Ratna bhandar: ରତ୍ନଭଣ୍ଡାର ଗଣତିମଣତି ଏହି ଦିନ ହେବ…
- Birth Anniversary of Biju Patnaik: ମାର୍ଚ୍ଚ ୫ରେ ରାଜ୍ୟବ୍ୟାପୀ ପାଳିତ ହେବ ୧୧୦ତମ ବିଜୁ ଜୟନ୍ତୀ: ବିଜେଡି
- Condemns Iran Attacks: ପ୍ରଧାନମନ୍ତ୍ରୀ ମୋଦୀ ସାଉଦି ପ୍ରିନ୍ସ ଓ ବାହାରିନ ରାଜାଙ୍କ ସହ ହେଲେ କଥା; ଆକ୍ରମଣକୁ କଲେ ନିନ୍ଦା
- ନୂଆଦିଲ୍ଲୀରେ ଏସ୍ଜେଏଫ୍ଆଇ ସ୍ବର୍ଣ୍ଣ ଜୟନ୍ତୀ ଜାତୀୟ ସମ୍ମିଳନୀ: ଓଡ଼ିଶାରୁ ଭାଗନେବେ ୫ ଜଣିଆ ପ୍ରତିନିଧି ଦଳ
- କ୍ଷତିପୂରଣ ନଦେଲେ ମହାପ୍ରସାଦ ରନ୍ଧା ବନ୍ଦ ଚେତାବନୀ ଦେଲା ସୁଆର ମହାସୁଆର ନିଯୋଗ
- ପୋଲିସକୁ ବଡ ସଫଳତା, ୨ କୋଟି ଟଙ୍କାର ସୁନା ଅଳଙ୍କାର ହେଲା ଜବତ
- ଭ୍ୟାନିଟ ପାଇଁ ଶ୍ରୀମନ୍ଦିର ଗୁମୁଟ ଉପରେ ଚଢିଗଲେ ଭକ୍ତ
Comments are closed.