Latest Odisha News

ଭାରତୀୟ ବୋଲିଂ ଆଗରେ ତାସ ପତା ପରି ଭୁଷୁଡିଗଲା କିୱି ଟିମ

ରାୟପୁର: ଏଠାରେ ଶନିବାର ଅନୁଷ୍ଠିତ ଦ୍ୱୀତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତୀୟ ବୋଲରଙ୍କ ସାମ୍ନା କରି ନ ପାରି ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ ୧୦୮ ରନରେ ଅଲଆଉଟ ହୋଇଯାଇଛି । ବିଜୟ ପାଇଁ ଭାରତ ସମ୍ମୁଖରେ ୧୦୯ ରନର ଟାର୍ଗେଟ ରହିଛି । ନ୍ୟୁଜିଲାଣ୍ଡ ସମ୍ପୂର୍ଣ୍ଣ ୫୦ ଓଭର ମଧ୍ୟ ଖେଳି ପାରି ନ ଥିଲା । ଦଳ ୩୪.୩ ଓଭରରେ ୧୦୮ ରନ କରିପାରିଥିଲା । ଗ୍ଲେନ ଫିଲିପ୍ସଙ୍କ ୩୬, ମିଚେଲ ସାଂଟେନର ୨୭ ଓ ମାଇକେଲ ବ୍ରେସୱେଲ ୨୨ ରନର ଇନିଂସ ଖେଳିବା ଯୋଗୁ ଦଳ ୧୦୦ରନ ଅତିକ୍ରମ କରିପାରିଥିଲା ।

ଭାରତ ପକ୍ଷରୁ ମହମ୍ମସ ସାମୀ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର ୨ଟି ଲେଖାଁଏ ଏବଂ ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର ଓ କୁଲଦୀପ ଯାଦବ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ଟସ ଜିତି ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି ।

Leave A Reply

Your email address will not be published.