Latest Odisha News

BREAKING NEWS

ମା’ର ଫେରିବା ବାଟକୁ ଚାହିଁ ଖେଳୁଥିଲା ପୁଅ, ଚାପିଦେଲା ଟ୍ରାକ୍ଟର

ବାଲେଶ୍ୱର: ମା’ ଯାଇଛି କାମ କରି । କାମରୁ ଫେରିଲେ ଗେଲ କରିବ, କୋଳେଇ ନେବ । ହୁଏତ ଏମିତି କିଛି ଭାବୁଥିବ ଆଉ ଖେଳୁଥିବ । ମଝିରେ ମଝିରେ ମା’କୁ ବି ଚାହୁଁଥିବ । ହେଲେ କିଏ ଜାଣିଥିଲା…. ଏ ଖେଳ ତା ଜୀବନର ଶେଷ ଖେଳ ଥିଲା ବୋଲି । ନିର୍ଦ୍ଦୟ ଟ୍ରାକ୍ଟର ଡ୍ରାଇଭର ପାଖରେ ବୋଧହୁଏ ଗରିବ ଅସହାୟ ଛୁଆଟିର ମୂଲ୍ୟ କିଛି ନ ଥିଲା । ଟିକିଏ ବି ଚାହିଁଲାନି..ଚଢାଇଦେଲା । ମା’ ଆସି ଦେଖିଲା ବେଳକୁ ରାସ୍ତାରେ ପଡିଛି ପୁଅର ଶବ । ଏମିତି ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅଧିନସ୍ଥ ଶେଖରଖାରପୁର ପଂଚାୟତରେ ।

BjdElectrycity

ଶେଖରଖାରପୁର ପଂଚାୟତରେ  ଚାଲିଛି  ବେଆଇନ ଇଟାଭାଟି । ରାଜ୍ୟ ବାହାରୁ ଅନେକ ପୁରୁଷ ମହିଳା ଆସି ଏଠାରେ କାମ କରୁଛନ୍ତି । ଗୀତା ନାମ୍ନୀ ଏଇ ମହିଳା ଜଣକ ୪/୫ ମାସ ହେଲା ଏଇ ଇଟା ଭାଟିରେ ଦିନ ମଜୁରିଆ କାମ କରୁଛନ୍ତି ।

ମା’ କାମ କରିବ ବୋଲି ପିଲାକୁ ପାଖରେ ବସାଇ ଦେଇଥିଲା । ପିଲାଟି ମା’କୁ ଦେଖୁଥିଲା ଆଉ ବାଲି ଖେଳରେ ମାତିଥିଲା । ଏହି ସମୟରେ ଏକ ଟ୍ରାକ୍ଟର ଇଟା ନେବା ଭାଟିକୁ ଆସିଥିଲା । ଇଟା ନେଇ ଚାଲି ଯାଇଥିଲା । ହେଲେ ଯିବାବେଳେ ଏହି ଶିଶୁପୁତ୍ରକୁ ଆଗ ଚକରେ ଚାପି ଦେଇଥିଲା । ଫଳରେ ଘଟଣାସ୍ଥଳରେ ଶିଶୁଟର ମୃତ୍ୟୁ ଘଟିଛି ।

ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।  ଜଳେଶ୍ୱର ପୋଲିସ ପହଂଚି ଲୋକଙ୍କୁ ବୁଝା ସୁଝା କରୁଛି।

Leave A Reply

Your email address will not be published.