Latest Odisha News

କରୋନା: ଧାମରା ବନ୍ଦରରେ ହଂକଂ ଜାହାଜ; ସ୍ଥାନୀୟ ଲୋକେ ଆତଙ୍କିତ

ଭଦ୍ରକ: ଭଦ୍ରକର ଧାମରା ବନ୍ଦରରେ ଦୁଇଟି ହଂକଂ ଜାହାଜ ଲାଗିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଜାହାଜର ଚାଳକ ସଦସ୍ୟ କରୋନା ସଂକ୍ରମିତ ଥିବା ନେଇ ଆଶଙ୍କା କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଏହି ଦୁଇଟି ଜାହାଜ ବାଙ୍ଗଲାଦେଶର ଚଟଗାଁ ଦେଇ ଓଡିଶାରେ ପହଂଚିଛନ୍ତି ।

ଚୀନର ଉହାନ ହେଉଛି କରୋନା ଭାଇରସର କେନ୍ଦ୍ରସ୍ଥଳ । ଚୀନରେ ଏପର୍ଯ୍ୟନ୍ତ ୨୧୦୦ରୁ ଅଧିକ ଲୋକଙ୍କ ମୃତୁ୍ୟ ହୋଇସାରିଛି । ସେହିଭଳି ହଙ୍ଗକଙ୍ଗରେ ମଧ୍ୟ କରୋନା ଭାଇରସ କାୟା ବିସ୍ତାର କରିସାରିଲାଣି । ଏମିତି ସ୍ଥଳେ ଧାମରା ବନ୍ଦରରେ ହଂକଂର ଜାହାଜ ଦେଖି ଲୋକେ ଭୟଭୀତ ହୋଇଛନ୍ତି ।

ଚାଳକ ଦଳ ସଦସ୍ୟଙ୍କ ମେଡିକାଲ ଯାଂଚ କରାଯାଇଛି ଓ ସେମାନଙ୍କ ଠାରେ କୌଣସି ସଂକ୍ରମଣର ସୂଚନା ନଥିବା ନେଇ ଭଦ୍ରକର ଅତିରିକ୍ତ ଜିଲ୍ଲା ମାଜିଷ୍ଟେ୍ରଟ୍ ଶ୍ୟାମଭକ୍ତ ମିଶ୍ର ଆତଙ୍କିତ ଲୋକଙ୍କୁ ଜଣାଇଛନ୍ତି । ସେ କହିଛନ୍ତି କି, ସେ ଏନେଇ ଧାମରା ବନ୍ଦର କମ୍ପାନୀ ଲିମିଟେଡର ଅଧିକାରୀଙ୍କ ସହ କଥା ହୋଇଛନ୍ତି ।

ଧାମରା ବନ୍ଦରର ଅଧିକାରୀ କହିଛନ୍ତି କି, ଜାହାଜର ଚାଳକ ସଦସ୍ୟଙ୍କ ପାଖରେ ଇମିଗ୍ରେସନ ପାସ ନଥିବାରୁ ତାଙ୍କୁ କୂଳରେ ଲାଗିବା ପାଇଁ ଅନୁମତି ଦିଆଯିବନି । ସେମାନେ ଜାହାଜରୁ ସାମଗ୍ରୀ ଅନଲୋଡ କରିବା ପରେ ବନ୍ଦର ଛାଡି ଚାଲିଯିବେ ।

Leave A Reply

Your email address will not be published.