Latest Odisha News

BREAKING NEWS

ଫ୍ରେଞ୍ଚ୍ ଓପନରୁ ଓହରିଲେ ଫେଡେରର

ବେସେଲ:ସ୍ୱିଜରଲାଣ୍ଡର ଷ୍ଟାର ଖେଳାଳୀ ରୋଜର ଫେଡେରର ଆଘାତ ସମସ୍ୟା ଯୋଗୁ ଫ୍ରେଞ୍ଚ୍  ଓପନରୁ ଓହରି ଯାଇଛନ୍ତି । ୩୮ ବର୍ଷୀୟ ଫେଡେରର ଡାହାଣ ଆଣ୍ଠୁ ସମସ୍ୟାରେ ପଡିବାରୁ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ।

ଡାକ୍ତର ତାଙ୍କୁ ୩/୪ ମାସ ବିଶ୍ରାମ ପରାମର୍ଶ ଦେଇଛନ୍ତି । ଗତବର୍ଷ ସେ ଫ୍ରେଂଚ ଓପନ ଓ ୟୁଏସ ଓପନରେ ଖେଳିଥିଲେ । ସୂଚନାଯୋଗ୍ୟ, ଫେଡେରର ତାଙ୍କ କ୍ୟାରିୟରରେ ଥରେ ମାତ୍ର ଫ୍ରେଂଚ ଓପନ ଟାଇଟଲ ଜିତିଛନ୍ତି ।

Leave A Reply

Your email address will not be published.