ଭୁବନେଶ୍ୱର: ଦେଶବ୍ୟାପୀ ଲକଡାଉନ ଜାରି ରହିଥିବା ବେଳେ ପ୍ରବାସୀ ଶ୍ରମିକ ତଥା ଛାତ୍ରଛାତ୍ରୀମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ କେନ୍ଦ୍ରର ନିଷ୍ପତ୍ତି ପରେ ରାଜସ୍ଥାନର କୋଟାରୁ ଓଡିଶାର ୧୧୬ ଜଣ ଛାତ୍ରଛାତ୍ରୀ ପ୍ରଥମ ପର୍ୟ୍ୟାୟରେ ଓଡିଶା ଫେରୁଛନ୍ତି।
ପ୍ରାପ୍ତ ସୂଚନାଅନୁଯାୟୀ, ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ନିଜ ଖର୍ଚ୍ଚରେ ଚାରିଟି ଘରୋଇ ବସ୍ରେ ଲ୍ୟାଣ୍ଡମାର୍କ ସିଟି ଏବଂ ମହାବୀର ନଗରରୁ ବାହାରିଛନ୍ତି, ଯେଉଁଥିପାଇଁ ଭଡ଼ା ବାବଦକୁ ପ୍ରତ୍ୟେକଙ୍କୁ ୪୦୦୦ ଟଙ୍କା ଦେବାକୁ ପଡିଛି। ଏହି ବସ୍ ମଧ୍ୟପ୍ରଦେଶ ଏବଂ ଛତିଶଗଡ ଦେଇ ଓଡିଶାରେ ପହଞ୍ଚିବ।
ଏହାଛଡା ଛାତ୍ରଛାତ୍ରୀମାନଙ୍କୁ ରାଉରକେଲାରେ ପହଞ୍ଚିବା ପାଇଁ ପ୍ରାୟ ୩୦ ଘଣ୍ଟା ସମୟ ଲାଗିବ।
ଅବଶିଷ୍ଟ ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ବ୍ୟାଚରେ ଓଡ଼ିଶା ଫେରିବେ ବୋଲି ସୂଚନା ମିଳିଛି।
ତେବେ କୋଟାରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଫେରିବା ଲାଗି ଓଡ଼ିଶା ସରକାର ପ୍ରାୟ ୯୭୫ ଜଣକ ତାଲିକା ପ୍ରସ୍ତୁତ କରିଛନ୍ତି। ଏପରିକି ଅସୁବିଧାମୁକ୍ତ ଯାତ୍ରା ପାଇଁ ଏହି ବସ୍ ଗୁଡିକୁ ରୁଟ୍ ଅନୁମତି ମଧ୍ୟ ଦେଇଛନ୍ତି।
Comments are closed.