Latest Odisha News

BREAKING NEWS

ଲକଡ଼ାଉନ-୩ ପ୍ରଭାବ: ବାତିଲ ହେଲା IGNOU ଶେଷବର୍ଷ ବାର୍ଷିକ ପରୀକ୍ଷା

ଭୁବନେଶ୍ୱର: ପରିବର୍ଦ୍ଧିତ ଲକଡ଼ାଉନକୁ ନଜରରେ ରଖି ଆସନ୍ତା ଜୁନ ୧ ତାରିଖରେ ହେବାକୁ ଥିବା ଶେଷବର୍ଷ ପରୀକ୍ଷାକୁ ବାତିଲ କରାଯାଇଥିବା ଭୁବନେଶ୍ୱର IGNOU ଆଞ୍ଚଳିକ ନିର୍ଦ୍ଦେଶକ ଏସ କେ ତ୍ରିପାଠୀ ସୁଚନା ଦେଇଛନ୍ତି ।

ସଂଶୋଧିତ ତାରିଖର ସୁଚନା ପରୀକ୍ଷାର ପନ୍ଦର ଦିନ ପୁର୍ବରୁ ଛାତ୍ରଛାତ୍ରୀଙ୍କ ନିକଟକୁ ପହଞ୍ଚିବାର ବ୍ୟବସ୍ଥା କରାଯାଇଅଛି ।

ସୁଚନା ଥାଉ କି ସାରା ଦେଶରେ ପ୍ରାୟ ୭.୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାଦେବା ପାଇଁ ଯୋଗ୍ୟଥିଲା ବେଳେ ଓଡ଼ିଶା ଭୁବନେଶ୍ୱର ଜୋନ ଅଧୀନରେ ଥିବା ପରୀକ୍ଷାର୍ଥୀ ଙ୍କ ସଂଖ୍ୟା ୧୦,୦୦୦ ଉର୍ଦ୍ଧରେ ରହିଛି ଯାହା ଓଡ଼ିଶାର ୨୧ଟି ଜିଲ୍ଲାରେ ଥିବା ୩୭ଟି ସେଣ୍ଟରରେ ଅନୁଷ୍ଠିତ ହେବ ।

ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତି ପାଇଁ ଅଧିକା ସମୟର ଦିଆଯିବାର ଆବଶ୍ୟକତା ଥିବା କଥା IGNOU କୁଳପତି ନାଗେଶ୍ୱର ରାଓ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଜଣାଇଛନ୍ତି ।

ଫର୍ମ ପୁରଣ, ନିର୍ଦ୍ଦିଷ୍ଟ ଆସାଇନମେଣ୍ଟଗୁଡ଼ିକୁ ପୁନଃ ଆବେଦନର ଶେଷ ତାରିଖ ମେ ୩୧ କୁ ବଢାଇ ଦିଆଯାଇଥିବା ବେଳେ, ସମସ୍ତ ପ୍ରକ୍ରିୟାକୁ ଅନ୍‌ଲାଇନ କରାଯିବାକୁ ନିଷ୍ପତି ନିଆଯାଇଥିବା କୁଳପତି ସ୍ପଷ୍ଟ କରିଛନ୍ତି ।

Comments are closed.