Latest Odisha News

BREAKING NEWS

ଲକଡାଉନ୍‌ରେ ଅନ୍‌ଲକ୍‌-୧, ତିନିଟି ପର୍ଯ୍ୟାୟରେ ହଟିବ କଟକଣା

ନୂଆଦିଲ୍ଲୀ: ଦେଶରେ ଆସନ୍ତାକାଲି ଠାରୁ ଲାଗୁ ହେବ ପଂଚମ ପର୍ଯ୍ୟାୟ ଲକଡାଉନ୍ । ତେବେ ପଚଂମ ପର୍ଯ୍ୟାୟ ଲକଡାଉନ୍ ପାଇଁ କିଛି ନୂଆ ନିୟମ ତିଆରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏହାକୁ ଅନ୍‌ଲକ୍‌-୧ ନାଁ ଦିଆଯାଇଛି । ଏହାକୁ ତିନି ଭାଗରେ ବିଭକ୍ତ କରାଯାଇଛି ।

ପ୍ରଥମ ପର୍ଯ୍ୟାୟ- ଜୁନ୍ ୮ ତାରିଖରୁ ପ୍ରଥମ ପର‌୍ୟ୍ୟାୟରେ ଧାର୍ମିକ ସ୍ଥଳ, ପୂଜା ସ୍ଥଳୀ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ସେହିଭଳି ହୋଟେଲ, ରେସ୍ତୋରାଁ ଓ ଅନ୍ୟାନ୍ୟ ହସ୍ପିଟାଲିଟି ସେବା ଆରମ୍ଭ ହେବ। ସପିଙ୍ଗ୍ ମଲ ମଧ୍ୟ ଖୋଲିପାରିବ। ତେବେ ଏହିସବୁ ସେବା ଆରମ୍ଭ ଲାଗି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ନିୟମାବାଳୀ ଜାରି କରାଯିବ।

ଦ୍ୱିତୀୟ ପର୍ଯ୍ୟାୟ- ସେହିଭଳି ଦ୍ୱିତୀୟ ପର‌୍ୟ୍ୟାୟରେ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଖୋଲିବ କି ନାହିଁ, ସେ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର, ଅଭିଭାବକ ଓ ଅନ୍ୟମାନଙ୍କ ସହ ଜୁଲାଇ ମାସରେ ଆଲୋଚନା କରି ନିଷ୍ପତ୍ତି ନେଇ ପାରିବେ।

ତୃତୀୟ ପର୍ଯ୍ୟାୟ- ତୃତୀୟ ପର‌୍ୟ୍ୟାୟରେ ଆନ୍ତର୍ଜାତିକ ବିମାନ ସେବା, ମେଟ୍ରୋ ଟ୍ରେନ୍, ସିନେମା ହଲ, ଜିମନାସିୟମ୍, ସୁଇମିଂ ପୁଲ୍, ଏଣ୍ଟରଟେନମେଣ୍ଟ, ବାର, ଅଡିଟୋରିୟମ ଆଦି ଖୋଲିବ। ଏଥିପାଇଁ ପ୍ରଥମେ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳ ସହିତ ଆଲୋଚନା କରାଯିବ।

କିନ୍ତୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ରହିବ। ଅତ୍ୟାବଶ୍ୟକ ତଥା ଜରୁରୀ ସେବାକୁ ଛାଡ଼ିଦେଲେ ଅନ୍ୟ ସବୁ ରାତି ୯ଟାରୁ ସକାଳ ୫ଟା ପର‌୍ୟ୍ୟନ୍ତ ବନ୍ଦ ରହିବ।

Comments are closed.