Latest Odisha News

BREAKING NEWS

୧୯୦ ଫୁଟ୍ ଉଚ୍ଚତାରୁ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବ ଡ୍ରାଗନ୍‌ଫ୍ଲାୟ ଡ୍ରୋନ୍ !

ଆମେରିକା: ଏକ କମ୍ପାନୀ ଦାବି କରିଛି ସ୍ୱତନ୍ତ୍ର ଭାବେ ନିର୍ମିତ ଏକ ଡ୍ରୋନ୍ ୧୯୦ ଫୁଟ୍ ଉପରୁ ଲୋକଙ୍କ ଟେମ୍ପ୍ରେଚର୍ ମାପିପାରିବ । ଆମେରିକା ପୋଲିସ ଏହି ଡ୍ରୋନ୍‌ର ପରୀକ୍ଷଣ ଚଳାଇଛି । କରୋନା ଯୁଦ୍ଧରେ ଏହି ଡ୍ରୋନ୍ ଉପଯୋଗୀ ସାବ୍ୟସ୍ତ ହୋଇପାରେ ।

ଡେଲି ମେଲ୍ ରିପୋର୍ଟ ଅନୁଯାୟୀ ଆମେରିକାର କନେକ୍ଟିକଟ୍‌ରେ ପୋଲିସ କାନାଡାର ଡ୍ରାଗନଫ୍ଲାୟ କମ୍ପାନୀ ନିର୍ମିତ ଡ୍ରୋନର ପରୀକ୍ଷଣ କରୁଛି । ସର୍ବସାଧାରଣ ସ୍ଥାନରେ ଏହି ଡ୍ରୋନର ବ୍ୟବହାର ହେବ । ତେବେ ଏହି ଡ୍ରୋନ୍‌ରେ ଫେସିଆଲ୍ ରେକଗ୍‌ନିସନ୍ ଫିଚର୍‌ର ବ୍ୟବହାର ହୋଇନାହିଁ ।

ଡ୍ରୋନ୍‌ରେ ଲାଗିଥିବା ସ୍ୱତନ୍ତ୍ର ସେନ୍ସର୍ ଓ କମ୍ପ୍ୟୁଟର୍ ଭିଜନ୍ ଲୋକଙ୍କ ହୃଦସ୍ପନ୍ଦନ ଓ ନିଃଶ୍ୱାସ ନେବାର ଗତିକୁ ମାପିପାରିବ । ତା ଛଡା ଲୋକଙ୍କ କାଶ ଓ ଛିଙ୍କକୁ ମଧ୍ୟ ଧରିପାରିବ । କାନାଡାର କମ୍ପାନୀ ଏହି ଡ୍ରୋନକୁ ୟୁନିଭର୍ସିଟି ଅଫ୍ ସାଉଥ୍ ଅଷ୍ଟ୍ରେଲିଆ ସହ ମିଳିତ ଉଦ୍ୟମରେ ନିର୍ମାଣ କରିଛି । କନେକ୍ଟିକଟ୍ ଛଡା ନ୍ୟୁୟର୍କରେ ବି ଏହି ଡ୍ରୋନର ସଫଳ ପରୀକ୍ଷଣ ସରିଛି ।

Leave A Reply

Your email address will not be published.