Latest Odisha News

BREAKING NEWS

ଲକ୍ ଡାଉନ ଡାଏରୀ: କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ ସାଙ୍ଗକୁ ସ୍କେଚ୍ କରୁଛନ୍ତି ଅଭିନେତା ପାର୍ଥ 

ଭୁବନେଶ୍ୱର: ଦେଶବ୍ୟାପୀ ଲକ୍ ଡାଇଉନ ଯେତେବଳେ ସମସ୍ତଙ୍କୁ ଘରେ ରହିବାକୁ ବାଧ୍ୟ କରିଛି । ଏବେ ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ ଶେଷ ହେବାକୁ ଯାଉଛି । ତେବେ ଏହି ଲକ୍ ଡାଉନ ସମୟରେ ଲୋକେ ଘରେ ରହିବା ସହିତ ନିଜକୁ ସୃଜନଶୀଳ କାମରେ ନିୟୋଜିତ କରୁଛନ୍ତି । ଏହି ସମୟରେ କିଏ କେମିତି କାଟୁଛନ୍ତି ସମୟ ତାହା ଜାଣିବା ଆଜିର ଲକ୍ ଡାଉନ ଡାଏରୀରେ ।

ଅଭିନେତା ପାର୍ଥସାରଥୀ ରାୟ । ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ‘ହାଲୋ ଅର୍ସି’ ରେ ନାୟକ ହିସାବରେ ଅଭିନୟ କରିଥିବା ପାର୍ଥ ଏବେ ଲକ୍ ଡାଉନ ଯୋଗୁଁ ଭୁବନେଶ୍ୱରରେ ନିଜ ପରିବାର ସହ ଅଛନ୍ତି । ସବୁ ବେଳେ ସୁଟିଂରେ ବ୍ୟସ୍ତ ରହୁଥିବା ପାର୍ଥ ଏବେ ଘ୍େର ରହି ନିଜର ପୁରୁଣା ସଉକ ସ୍କେଚ୍ ପ୍ରସ୍ତୁତ କରୁଛନ୍ତି ।

ପାର୍ଥ କୁହନ୍ତି, ‘ଦୁଇ ବର୍ଷ ତଳୁ ମୁଁ କେତେକ ସ୍କେଚ୍ ପ୍ରସ୍ତୁତ କରିବା ପାଇଁ ଚିନ୍ତା କରିଥିଲା । କିନ୍ତୁ କାର୍ଯ୍ୟ ବ୍ୟସ୍ତତା ଭିତରେ ମୁଁ ଆଉ ଏଗୁଡିକ ଶେଷ କରିପାରି ନଥିଲି । ଏବେ ଲକ୍ ଡାଉନ ସମୟରେ ଅନେକ ସମୟ ମିଳିଛି । ତେଣୁ ଏହି ସମୟରେ ସ୍କେଚ୍ କାମ ଶେଷ କରୁଛି । ’

କେବଳ ସେତିକି ନୁହେଁ ରୋଷେଇରେ ସଉକ ରଖୁଥିବା ପାର୍ଥ ଏବେ ମାଆଙ୍କୁ ରୋଷେଇରେ ସାହାଯ୍ୟ କରୁଛନ୍ତି ।

ଲକ୍ ଡାଉନ ସମୟରେ ସେ ଅନେକ ଭିଡିଓ ପ୍ରସ୍ତୁତ କରିଛନ୍ତି । ଏକ କ୍ଷୁଦ୍ର ଫିଲ୍ମ ‘ଦୁଇ କପ୍ ଚା’ ତିଆରି କରିଛନ୍ତି । ଏଥିରେ ପାର୍ଥ ଓ ଗାର୍ଗୀ ଲିଡ୍ ରୋଲରେ ଅଛନ୍ତି । ସେହିପରି ତାଙ୍କର କ୍ଷୁଦ୍ର ଚଳଚ୍ଚିତ୍ର ‘ନାଭିଗେଟର’ ବି ରିଲିଜ ହୋଇଛି ।

ଫିଲ୍ମ ଦେଖିବା ସହିତ ପାର୍ଥର୍ ପ୍ରତିଦିନ ବହି ପଢୁଛନ୍ତି । ନିଜକୁ ଫିଟ୍ ରଖିବା ପାଇଁ ଯୋଗ ଓ ପ୍ରାଣାୟମ କରୁଛନ୍ତି ।

ତେବେ ପାର୍ଥ ସବୁ କାମ ଟାଇମରେ କରିବାକୁ ଭଲ ପାଅନ୍ତିନାହିଁ । ସବୁ ଦିନ କିଛି ନା କିଛି ନଊଆ କରିବାକୁ ଭଲ ପାଆନ୍ତି । ଏପରକି ଫିଲ୍ମରେ ମଧ୍ୟ ସେ ସବୁ ବେଳେ ବିଭିନ୍ନ ପ୍ରକାର ଚରିତ୍ରରେ ଅଭିନୟ କରିବାକୁ ଚାହାନ୍ତି ।

କରୋନା ମହାମାରୀରେ ହଇରାଣ ହେଉଥିବା ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି ପାର୍ଥ । ବିଭିନ୍ନ ସଂଗଠନ ପକ୍ଷରୁ ରକ୍ତଦାନ ଶିବିରରେ ଯୋଗ ଦେଇଛନ୍ତି । ଅନୁଷ୍ଠାନ ‘ରଣହୁଙ୍କାର ଓଡିଆଙ୍କର’ ସହ ମିଶି ସେ ବିଭିନ୍ନ ସ୍ଥାନର ଖାଦ୍ୟ ବଣ୍ଟନ କରୁଛନ୍ତି ।

ଲକ୍ ଡାଉନ ସମୟରେ ସେ ଘରେ ମହିଳା ଗୁରୁତ୍ୱ ବୁଝିପାରିଛନ୍ତି । ସେମାନେ ଘରେ କେତେ କାମ କରନ୍ତି ତାହା ଅନୁଭବ କରିପାରିଛନ୍ତି । ତେଣୁ ଘରେ ମା କିମ୍ବା ପତ୍ନୀଙ୍କୁ ସାହାଯ୍ୟ କରିବାକୁ ପାର୍ଥ ସମସ୍ତଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.